ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା
ଭୁବନେଶ୍ୱର,୧୧।୩: ରାଜ୍ୟରେ ସରକାର ଚିକିତ୍ସା ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫୭୭୪ ସେଥିମଧ୍ୟରୁ ବିଭିନ୍ନ ବର୍ଗର ୯୯୪୦ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୫୮୩୪ ଟି ପଦବୀ ଖାଲି ରହିଛି ହିଛି । ଏହି ଖାଲିଥିବା ପଦବୀ ଗୁଡିକରେ ୧୯ ଜଣ […] The post ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା appeared first on Dharitri Odia News.
ଭୁବନେଶ୍ୱର,୧୧।୩: ରାଜ୍ୟରେ ସରକାର ଚିକିତ୍ସା ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫୭୭୪ ସେଥିମଧ୍ୟରୁ ବିଭିନ୍ନ ବର୍ଗର ୯୯୪୦ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୫୮୩୪ ଟି ପଦବୀ ଖାଲି ରହିଛି ହିଛି ।
ଏହି ଖାଲିଥିବା ପଦବୀ ଗୁଡିକରେ ୧୯ ଜଣ ଡାକ୍ତରଙ୍କୁ Ad-hoc ନିଯୁକ୍ତି ଦିଆଯାଇଥିବା ବେଳେ ୫୬୩ ଜଣ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ୦୬ ଜଣ ଡାକ୍ତରଙ୍କୁ Corpus Fund ଓ ୭୧ ଜଣ ଡାକ୍ତରଙ୍କୁ DMF Fund ମାଧ୍ୟ ମାଧ୍ଯମରେ ନିଯୁକ୍ତି ଦିଆଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ୧୭୩୫ ଲୋକଙ୍କ ପାଇଁ ମାର ଜଣେ ଡାକ୍ତର ରହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ସମତଳ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (Primary Health Centre) ପ୍ରତିଷ୍ଠା ନିମନ୍ତେ ୩୦,୦୦୦ ଜନସଂଖ୍ୟା ଏବଂ ଆଦିବାସୀ ତଥା ପାର୍ବତ୍ୟ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ୨୦,୦୦୦ ଜନସଂଖ୍ୟାର ଆବଶ୍ୟକତା ରହିଛି ।
ସେହିଭଳି ସମତଳ ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (Community Health Centre) ପ୍ରତିଷ୍ଠା ନିମନ୍ତେ ୧,୨୦,୦୦୦ ଜନସଂଖ୍ୟା ଏବଂ ଆଦିବାସୀ ତଥା ପାର୍ବତ୍ୟ ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ୮୦,୦୦୦ ଜନ ନସଂଖ୍ୟାର ଆବଶ୍ୟକ ବଶ୍ୟକତା ରହିଛି ।
ସେହିପରି IPHS ମାନ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 6 ଜଣେ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୮ ଜଣ ରହିବାର ପ୍ରାବଧାନ ରହିଛି। ତତ ସଙ୍ଗେ ସଙ୍ଗେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ, ସ୍ଥାନ ବିଶେଷରେ ଶଯ୍ୟା ସଂଖ୍ୟାକୁ ଦୃଷ୍ଟିରେ ରଖ୍ ଡାକ୍ତରଙ୍କ ସଂଖ୍ୟା ସମାନୁପାତରେ ବୃଦ୍ଧି କରିବାର ମଧ୍ୟ ପ୍ରାବଧାନ ରହିଛି ।
ତେବେ ଖାଲିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡିକୁ ଓଡିଶା ଲୋକସେବା ଆୟୋଗ (OPSC) ଏବଂ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିଭିକ ନିଯୁକ୍ତି ଦ୍ବାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଓଡିଶା ଲୋକସେବା ଆୟୋଗଙ୍କୁ ୫୨୪୮ କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତର ଚୟନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗର ପତ୍ର ସଂଖ୍ୟା ୪୫୭୯ ତା ୧୨.୦୨.୨୦୨୫ ରିଖରେ ଅନୁରୋଧ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ VIMSAR, Burla ଓ PGIMER & Capital Hospital, Bhubaneswar ସମେତ ମୋଟ ୧୫ ଟି ସରକାରୀ ମେଡ଼ିକାଲ କଲେଜ ରହିଛି । ଏତଦ ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରି ଜନ ସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବିଚାର କରୁଛନ୍ତି ।
ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
The post ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା appeared first on Dharitri Odia News.