କେଜ୍ରିୱାଲଙ୍କୁ ପୁଣି ନୋଟିସ୍‌ କଲା ଇଡି, ଜାନୁଆରୀ ୩ରେ ହାଜର ପାଇଁ ଡକରା

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ନୋଟିସକୁ ମିଶାଇ ଇଡି କେଜ୍ରିୱାଲଙ୍କୁ ୩ ଥର ହଜାର ହେବାକୁ ଡକରା ଦେଇଛି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ଆଜି ଇହି ନୋଟିସ୍‌ ପଠାଇ ଜାନୁଆରୀ ୩ରେ ହାଜର ହେବାକୁ କହିଛି। ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଭେମ୍ବର ୨ରେ […]

କେଜ୍ରିୱାଲଙ୍କୁ ପୁଣି ନୋଟିସ୍‌ କଲା ଇଡି, ଜାନୁଆରୀ ୩ରେ ହାଜର ପାଇଁ ଡକରା
"Want Arvind Kejriwal To Be PM Candidate": AAP Leader Ahead Of INDIA Meet

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ନୋଟିସକୁ ମିଶାଇ ଇଡି କେଜ୍ରିୱାଲଙ୍କୁ ୩ ଥର ହଜାର ହେବାକୁ ଡକରା ଦେଇଛି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ଆଜି ଇହି ନୋଟିସ୍‌ ପଠାଇ ଜାନୁଆରୀ ୩ରେ ହାଜର ହେବାକୁ କହିଛି।

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ପ୍ରଥମ ସମନ ପଠାଇଥିଲା। କିନ୍ତୁ ସେ ଏହି ନୋଟିସକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହାଜର ହୋଇନଥିଲେ। ଏହାପରେ ଡିସେମ୍ବର ୧୮ରେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦ୍ୱିତୀୟ ସମନ ପଠାଇ ଡିସେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ହେଲେ ସେ ଅଧିକାରୀଙ୍କ ନିକଟରେ ହାଜର ନହେବାକୁ ସ୍ଥିର କରି ୧୦ଦିନିଆ ବିପାସନା ଧ୍ୟାନ ଶିବିରକୁ ଯାଇଥିଲେ। ଦ୍ବିତୀୟ ସମନ ପାଇ ହାଜର ନହେବା ପରେ ଇଡି ଆଜି ପୁଣି ତୃତୀୟ ସମନ ଜାରି କରିଛି।

ସୂଚନାଯୋଗ୍ୟ କେଜ୍ରିୱାଲ ୧୦ ଦିନିଆ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ ବୁଧବାର ଠାରୁ ଏକ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି । ଏହି ଅବଧି ମଧ୍ୟରେ କେଜ୍ରିୱାଲ କାହାକୁ ଭେଟିବେ ନାହିଁ । ଆପ୍ କର୍ମକର୍ତ୍ତା ଓ ନେତାମାନେ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ କେଜ୍ରିୱାଲ ଅଜ୍ଞାତ ସ୍ଥାନକୁ ଯାଇଥିବା କଥା କହୁଥିଲେ ମଧ୍ୟ ସେ ପଞ୍ଜାବର ହୋସିଆରପୁର ଆନନ୍ଦଗଡ‌ ଗ୍ରାମ ଯାଇଥିବା ଜଣାପଡ଼ିଛି । ଏଠାରେ ଏକ ପାହାଡ଼ ଗୁମ୍ଫାରେ ସେ ୧୦ ଦିନ ଧ୍ୟାନ କରିବେ । ଏଥିପାଇଁ ଏଠାରେ ୫୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ଏସପି ଏବଂ ଡିଏସପି ସ୍ତରର ଅଧିକାରୀମାନେ ନଜର ରଖିବେ। ଧ୍ୟାନ କେନ୍ଦ୍ର ଚାରିପଟେ ବ୍ୟାରିକେଡ୍ ଲଗାଯାଇଛି ।