ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା
ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ବସିଛନ୍ତି। ଏହି କ୍ରମରେ ଏବେ ଜଣେ ଦକ୍ଷିଣ ଭାରତର ଯୁବ ଅଭିନେତା ରାଜନୀତିକୁ ଆସିବାର ସଙ୍କେତ ଦେଇଛନ୍ତି। ସେ ହେଲେ ବିଜୟ ଥଲାପତି। ଖୁବ୍ଶୀଘ୍ର ବିଜୟ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଦି କଳାକାରଙ୍କ […] The post ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା appeared first on Dharitri Odia News.
ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ବସିଛନ୍ତି। ଏହି କ୍ରମରେ ଏବେ ଜଣେ ଦକ୍ଷିଣ ଭାରତର ଯୁବ ଅଭିନେତା ରାଜନୀତିକୁ ଆସିବାର ସଙ୍କେତ ଦେଇଛନ୍ତି। ସେ ହେଲେ ବିଜୟ ଥଲାପତି।
ଖୁବ୍ଶୀଘ୍ର ବିଜୟ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଦି କଳାକାରଙ୍କ ଭଳି ରାଜନୀତିରେ ପାଦ ରଖିପାରନ୍ତି। ତାଙ୍କ ଫ୍ୟାନ୍ କ୍ଲବ ଜେନେରାଲ କାଉନସିଲ୍ ବିଜୟ ମକ୍କାଲ୍ ଇୟାକ୍କମ୍ ଏନେଇ ସ୍ପଷ୍ଟ କରିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ଏନେଇ ନିଷ୍ପତ୍ତି ନେଇପାରନ୍ତି। ଏହାକୁ ନେଇ ଗୁରୁବାର ଏକ ବୈଠକ ବସିଥିଲା। ଏହାପରେ ଅଭିନେତାଙ୍କୁ ନିଜର ଦଳ ପଞ୍ଜିକୃତ କରିବାର ସ୍ବୀକୃତି ମିଳିଛି।
କହିରଖୁଛୁ, ଦକ୍ଷିଣ ଭାରତରେ ବିଜୟଙ୍କ ପ୍ରଶଂସକ ସଂଖ୍ୟା ଢ଼େର ଅଧିକ। ଏଥିସହ ସେ ସମାଜସେବା କାମ ମଧ୍ୟ କରିଆସୁଛନ୍ତି। ଏଣୁ ତାଙ୍କୁ ନେଇ ଲୋକଙ୍କ ମନରେ ଭଲପାଇବା ରହିଛି। ରାଜନୀତିକୁ ସେ ଆସିବା ପରେ ଏହାର ଲାଭ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ୨୦୧୮ରେ ଥୁଥୁକ୍କୁଡ଼ି ପୋଲିସ ଫାୟାରିଂ ପରେ ରାଜନୀତିରେ ତାଙ୍କର ଯୋଗଦାନ ବଢ଼ିଥିଲା। ଏଣୁ ସେ ୨୦୨୬ ଆଡ଼କୁ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଆଶା କରାଯାଉଥିଲା। ହେଲେ ତା’ ପୂର୍ବରୁ ସେ ରାଜନୀତିରେ ପାଦ ରଖିବାକୁ ଯୋଜନା କରୁଛନ୍ତି।
The post ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା appeared first on Dharitri Odia News.