ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା ଆରମ୍ଭ କରିଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ଭାଜପା ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ସହିତ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ମୋରଡ଼ା ବଜାରସ୍ଥିତ ବିନ୍ଧାଣୀ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ମହାନ୍ତି ପରିଚାଳନା କରିଥିବା ବେଳେ ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ସମୀର ରାଜ, […] The post ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି… appeared first on Dharitri Odia News.

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା ଆରମ୍ଭ କରିଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ଭାଜପା ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ସହିତ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଛି।
ମୋରଡ଼ା ବଜାରସ୍ଥିତ ବିନ୍ଧାଣୀ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ମହାନ୍ତି ପରିଚାଳନା କରିଥିବା ବେଳେ ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ସମୀର ରାଜ, ସୌରଭ ମହାନ୍ତି, ଜିଲା ମହିଳା ମୋର୍ଚ୍ଚା ସଭାପତି ସରୋଜିନୀ କିସ୍କୁ, ଜିଲା ଅନୁସୂଚିତ ଜାତିର ସଭାନେତ୍ରୀ ମିନତି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମୋରଡ଼ା ପାଇଁ ଗ୍ୟାରେଣ୍ଟି କାର୍ଡ ଓ ସୁଭଦ୍ରା ଯୋଜନାର ଉନ୍ମୋଚନ କରାଯାଇଥିଲା। ଗ୍ୟାରେଣ୍ଟି କାର୍ଡରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ, ଦୁର୍ନୀତି, ଭ୍ରଷ୍ଟାଚାରର ମୂଳୋତ୍ପାଟନ, ମୁଦ୍ରା ଯୋଜନାରେ ଅର୍ଥ ଯୋଗାଇ ବ୍ୟବସାୟ ବାଣିଜ୍ୟ କରିବାର ଗ୍ୟାରେଣ୍ଟି, ହାତୀ ଉପଦ୍ରବ ଉପରେ ରୋକୋ ଲଗାଇବା, ରାସଗୋବିନ୍ଦପୁର ଏୟାରପୋର୍ଟର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା ରାଶି, କିଷାନତାଣ୍ଡି, ରାସଗୋବିନ୍ଦପୁର, କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ, ରାଜାରାଜୁଡ଼ା ଅମଳର ବନ୍ଧଗୁଡ଼ିକର ପୁନଃରୁଦ୍ଧାର, ମୁଖ୍ୟ ବାଜାରଗୁଡ଼ିକରେ ବିଶ୍ରାମାଗାର, ପାନୀୟଜଳ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଗରିବ ଅନୁସୂଚିତ ଜାତି ଓ ଜନଜାତିର ୨୦ ଜଣ ଛାତ୍ରୀଛାତ୍ରଙ୍କୁ ପାଠ୍ୟକ୍ରମ ନିମନ୍ତେ ସୁବିଧା ଯୋଗାଇ ଦିଆଯିବା ପରି ୧୫ଟି ପ୍ରତିଶ୍ରୁତି ଦେଇଥିବାର ମହାପାତ୍ର ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ କରିଛନ୍ତି। ସେହିପରି ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ନିଃଶୁକ୍ଳ ଭାଉଚରକୁ ପ୍ରତି ମହିଳା ଦୁଇ ବର୍ଷ ଭିତରେ ଉପଯୋଗ କରି ପାରିବେ ବୋଲି ସେ କହିଛନ୍ତି।

The post ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି… appeared first on Dharitri Odia News.