ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ
ଓ୍ବାଶିଂଟନ,୨୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଅଭିଯୋଗରେ ଫ୍ଲୋରିଡାର ଶାନନ ଆଟକିନ୍ସଙ୍କୁ ଗିରଫ କରାଯାଇଛି। ଏଫବିଆଇରୁ ମିଳିଥିବା ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିଲା। ୪୬ ବର୍ଷୀୟ ଆଟକିନ୍ସ ସୋସିଆଲ ମିଡିଆରେ ଅନେକ ଧମକପୂର୍ଣ୍ଣ ପୋଷ୍ଟ ପୋଷ୍ଟ କରିଥିଲେ ଯେଉଁଥିରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଦି ସନ ୟୁଏସ ରିପୋର୍ଟ କରିଛ, ଶାନନ ଆଟକିନ୍ସଙ୍କ ଫେସବୁକ ଅପଡେଟରେ ଟ୍ରମ୍ପଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ […] The post ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ appeared first on Dharitri Odia News.
ଓ୍ବାଶିଂଟନ,୨୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଅଭିଯୋଗରେ ଫ୍ଲୋରିଡାର ଶାନନ ଆଟକିନ୍ସଙ୍କୁ ଗିରଫ କରାଯାଇଛି। ଏଫବିଆଇରୁ ମିଳିଥିବା ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିଲା। ୪୬ ବର୍ଷୀୟ ଆଟକିନ୍ସ ସୋସିଆଲ ମିଡିଆରେ ଅନେକ ଧମକପୂର୍ଣ୍ଣ ପୋଷ୍ଟ ପୋଷ୍ଟ କରିଥିଲେ ଯେଉଁଥିରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ।
ଦି ସନ ୟୁଏସ ରିପୋର୍ଟ କରିଛ, ଶାନନ ଆଟକିନ୍ସଙ୍କ ଫେସବୁକ ଅପଡେଟରେ ଟ୍ରମ୍ପଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଏକ ପୋଷ୍ଟରେ ଲେଖାଯାଇଥିଲା, ଆମେରିକାକୁ ରକ୍ଷା କରିବା ପାଇଁ କେବଳ ଗୋଟିଏ ଗୁଳି ଚଳାଇବା ଦରକାର। ଏବେ ଏହାକୁ ନେଇ ପୋଲିସ କହିଛି ଯେ ଏହି ପୋଷ୍ଟ ଯୋଗୁଁ ଆଟକିନ୍ସଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ରାତିରେ ଫ୍ଲୋରିଡାର ପାମ ବିଚ ନିକଟରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ସମୟରେ ତାଙ୍କ ନିକଟରୁ ତିନୋଟି ବ୍ୟାଗ କୋକେନ ମଧ୍ୟ ମିଳିଥିଲା।
The post ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ appeared first on Dharitri Odia News.