କ୍ଷମା ମାଗିଲେ ପୋପ୍ ଫ୍ରାନ୍ସିସ୍
ନୂଆଦିଲ୍ଲୀ,୨୯ା୫:ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପୋପ୍ ଫ୍ରାନ୍ସିସ୍ଙ୍କୁ ମହଙ୍ଗା ପଡ଼ିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସେ ମଙ୍ଗଳବାର କ୍ଷମା ମାଗିଛନ୍ତି। ଗତ ୨୦ ତାରିଖରେ ପୋପ୍ ଇଟାଲୀୟ ବିଶପ୍ଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକରେ ଏଲ୍ଜିବିଟି ସମ୍ପ୍ରଦାୟକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ତେବେ ତାଙ୍କର ସମଲୈଙ୍ଗିକୀ ବିରୋଧୀ ଭାଷା ପ୍ରୟୋଗ କରିବା ଉଦ୍ଦେଶ୍ୟ ନଥିଲା ବୋଲି ଭାଟିକାନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ତାଙ୍କ ଶବ୍ଦକୁ ନେଇ […] The post କ୍ଷମା ମାଗିଲେ ପୋପ୍ ଫ୍ରାନ୍ସିସ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୯ା୫:ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପୋପ୍ ଫ୍ରାନ୍ସିସ୍ଙ୍କୁ ମହଙ୍ଗା ପଡ଼ିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସେ ମଙ୍ଗଳବାର କ୍ଷମା ମାଗିଛନ୍ତି। ଗତ ୨୦ ତାରିଖରେ ପୋପ୍ ଇଟାଲୀୟ ବିଶପ୍ଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକରେ ଏଲ୍ଜିବିଟି ସମ୍ପ୍ରଦାୟକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ତେବେ ତାଙ୍କର ସମଲୈଙ୍ଗିକୀ ବିରୋଧୀ ଭାଷା ପ୍ରୟୋଗ କରିବା ଉଦ୍ଦେଶ୍ୟ ନଥିଲା ବୋଲି ଭାଟିକାନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ତାଙ୍କ ଶବ୍ଦକୁ ନେଇ ଯେଉଁମାନେ ଅପମାନିତ ହୋଇଛନ୍ତି, ସେମାନଙ୍କୁ ପୋପ୍ କ୍ଷମା ମାଗିଥିବା ଭାଟିକାନ୍ ମୁଖପାତ୍ର ମେଟିଓ ବ୍ରୁନି ଏକ ବ୍ରିବୃତିରେ କହିଛନ୍ତି।
The post କ୍ଷମା ମାଗିଲେ ପୋପ୍ ଫ୍ରାନ୍ସିସ୍ appeared first on Dharitri Odia News.