କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ ଆମ ହାତ ପାହାନ୍ତାରେ ଏମିତି କିଛି ଜିନିଷ ଅଛି ଯାହା ଆମକୁ ଏସବୁ ରୋଗ ବା ସ୍ବାସ୍ଥ୍ୟ ସମସ୍ୟାଠାରୁ ସହଜରେ ଦୂରେଇ ରଖିପାରିବ। ହେଲେ ଆମେ ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଜରୁରୀ। ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି […] The post କାହିଁକି ସକାଳେ ପିଇବେ ଲେମ୍ବୁ ପାଣି appeared first on Dharitri Odia News.

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ ଆମ ହାତ ପାହାନ୍ତାରେ ଏମିତି କିଛି ଜିନିଷ ଅଛି ଯାହା ଆମକୁ ଏସବୁ ରୋଗ ବା ସ୍ବାସ୍ଥ୍ୟ ସମସ୍ୟାଠାରୁ ସହଜରେ ଦୂରେଇ ରଖିପାରିବ। ହେଲେ ଆମେ ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଜରୁରୀ।
ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିବା ସହିତ ସ୍ମୃତିଶକ୍ତି ପ୍ରଖର କରେ। ଲେମ୍ବୁପାଣି ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ, ମେଦବହୁଳତା, ରକ୍ତଚାପ ଓ ଡାଇବେଟିସ ସମସ୍ୟା ଦୂର ହୋଇଥାଏ। ଏହା ଇନସୁଲିନକୁ କ୍ରିୟାଶୀଳ କରାଇବା ସହିତ କର୍କଟ ରୋଗ ନିରାକରଣରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରେ।

The post କାହିଁକି ସକାଳେ ପିଇବେ ଲେମ୍ବୁ ପାଣି appeared first on Dharitri Odia News.