ହେଉନି ନିର୍ମାଣ କାମ: ମରଣଯନ୍ତା ପାଲଟିଛି ସିଲେଟପଡ଼ା ରାସ୍ତା

କର୍ଲାମୁଣ୍ଡା:୨୨।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ଦୀର୍ଘ ଦିନ ହେଲା ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ୨୦୧୫ରେ ତତ୍କାଳୀନ ଜିଲାପାଳଙ୍କ ସୁପାରିସ କ୍ରମେ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ କୁଶୁର୍ଲା ଛକରୁ ସିଲେଟପଡ଼ା ଓ ଶୀଶାଖାଲ ମଙ୍ଗଲାଜୋର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ବର୍ତ୍ତମାନ ରାସ୍ତାରେ ପିଚୁ ସମ୍ପୂର୍ଣ୍ଣ ଉଠିଯିବା […] The post ହେଉନି ନିର୍ମାଣ କାମ: ମରଣଯନ୍ତା ପାଲଟିଛି ସିଲେଟପଡ଼ା ରାସ୍ତା appeared first on Dharitri Odia News.

ହେଉନି ନିର୍ମାଣ କାମ: ମରଣଯନ୍ତା ପାଲଟିଛି ସିଲେଟପଡ଼ା ରାସ୍ତା

କର୍ଲାମୁଣ୍ଡା:୨୨।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ଦୀର୍ଘ ଦିନ ହେଲା ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ୨୦୧୫ରେ ତତ୍କାଳୀନ ଜିଲାପାଳଙ୍କ ସୁପାରିସ କ୍ରମେ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ କୁଶୁର୍ଲା ଛକରୁ ସିଲେଟପଡ଼ା ଓ ଶୀଶାଖାଲ ମଙ୍ଗଲାଜୋର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ନିର୍ମାଣ ହୋଇଥିଲା।

ବର୍ତ୍ତମାନ ରାସ୍ତାରେ ପିଚୁ ସମ୍ପୂର୍ଣ୍ଣ ଉଠିଯିବା ସହ ଖାଲ ଖମାମଗୁଡିକ ସୃଷ୍ଟି ହୋଇଥିବାରୁ ପ୍ରତ୍ୟହ ଯାତାୟାତ କରୁଥିବା ଜନସାଧାରଣ ଦୁର୍ଘଟଣାର ଶିକାର ହେଉଥିବା ସିଲେଟପଡାର ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଲାପାଳଙ୍କ ଜନ ଶୁଣାଣୀ ଶିବିର ଦରଖାସ୍ତ ଦେଇଥିଲେ ହେଁ କୌଣସି ଲାଭ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କେସିଙ୍ଗା ଗ୍ରାମ ଉନ୍ନୟନ ସଂସ୍ଥା(ଆରଡ଼ି)ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ସୋସନ କୁଣ୍ଡୁଲୁଙ୍କୁ ପଚାରିବାରୁ ବ୍ଲକ ପକ୍ଷରୁ ଏହି ରାସ୍ତା ଆମ ବିଭାଗକୁ ହସ୍ତାନ୍ତର ହୋଇ ନ ଥିବାରୁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲଙ୍କୁ ପଚାରିବାରୁ ଉକ୍ତ ରାସ୍ତାର ଉନ୍ନତି କରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏଣୁ ଏହି ଦିଗରେ ଜିଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

The post ହେଉନି ନିର୍ମାଣ କାମ: ମରଣଯନ୍ତା ପାଲଟିଛି ସିଲେଟପଡ଼ା ରାସ୍ତା appeared first on Dharitri Odia News.