ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର: କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ
ଭୁବନେଶ୍ୱର:ରାଜ୍ୟରେ କେତେ ବୁଲା କୁକର ଅଛନ୍ତି,କେତେ ଲୋକ କୁକୁର କାମୁଡାରେ ଶିକାର ହୋଇଛନ୍ତି ସେ ନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଲିଖିତ ଉତ୍ତର ସାମ୍ନାକୁ ଆସିଛି। ଜଣାପଡିଛି ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇଛି। ଗତ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ […]

ଭୁବନେଶ୍ୱର:ରାଜ୍ୟରେ କେତେ ବୁଲା କୁକର ଅଛନ୍ତି,କେତେ ଲୋକ କୁକୁର କାମୁଡାରେ ଶିକାର ହୋଇଛନ୍ତି ସେ ନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଲିଖିତ ଉତ୍ତର ସାମ୍ନାକୁ ଆସିଛି। ଜଣାପଡିଛି ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇଛି।
ଗତ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି। ସେହିପରି ଗତବର୍ଷରେ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ। ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଆସିବା ପରେ ରାଜ୍ୟରେ ବୁଲା କୁକୁରଙ୍କ ବିଷୟରେ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି।