ବଡ଼ ଖବର: ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ...
ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ।
ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ବୋଲି କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ । ଏ ବାବଦରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ବାବଦରେ କୌଣସି ପ୍ରସ୍ତାବ ନାହିଁ।

ବିଧାୟକଙ୍କ ପ୍ରଶ୍ନ- ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ?
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର- ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ, ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।