ଜାତୀୟ ସ୍ତରରେ ପାଳନ ହେବ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ

ଭୁବନେଶ୍ୱର: ଜାତୀୟ ସ୍ତରରେ ପାଳିତ ହେବ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ I ଆସନ୍ତା ୨୧ ତାରିଖରେ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଉଛନ୍ତି । ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ […]

ଜାତୀୟ ସ୍ତରରେ ପାଳନ ହେବ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ
ଜାତୀୟ ସ୍ତରରେ ପାଳନ ହେବ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ

ଭୁବନେଶ୍ୱର: ଜାତୀୟ ସ୍ତରରେ ପାଳିତ ହେବ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ I ଆସନ୍ତା ୨୧ ତାରିଖରେ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଉଛନ୍ତି । ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଜାତୀୟ ସ୍ତରର ଦିଗ୍ଗଜ ନେତାଙ୍କୁ ଏହା ଏକ ବଡ଼ ମହାନ ଶ୍ରଦ୍ଧାଞ୍ଜଳୀ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଜୟନ୍ତୀ ଉତ୍ସବକୁ ଓଡ଼ିଆ ଜାତୀୟତାବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ପ୍ରଦର୍ଶିତ ହେବ । ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ସମାରୋହ ଏବଂ ୨୩, ୨୪ ଓ ୨୫ ତାରିଖରେ ଡ. ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ,୨୧ ନଭେମ୍ବର ୧୮୯୯ ମସିହାରେ ମହାନ ଜନ ନାୟକ ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବ ଭଦ୍ରକ ଜିଲ୍ଲାର ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ I ଏହାପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୁନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨ ଜାନୁଆରୀ ୧୯୮୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ବଳିଷ୍ଠତା । ସମାଜ ସଂସ୍କାର ଓ ସେଚତନତା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଓଡିଆ ଖବର କାଗଜ ପ୍ରଜାତନ୍ତ୍ର , ଯାହା ଆଜି ମଧ୍ୟ ପ୍ରକାଶିତ ହେଉଛି ।