ହୁପ୍‌ ଇୟର ରିଂ

ଆଜିକାଲି ଫ୍ୟାଶନରେ ଅନେକ ପରିବର୍ତ୍ତନ ଆସିଛି । ଆଧୁନିକ ଫ୍ୟାଶନରେ ଅନେକ ଜୁଏଲାରୀ ସାମିଲ ହୋଇଛନ୍ତି, ଯିଏ ଝିଅଙ୍କୁ ବୋଲï ଲୁକ୍‌ ଦେଉଛନ୍ତି । ସେଥିରୁ ମଧ୍ୟରୁ ଗୋଟିଏ ହେଲା ହୁପ୍‌ ଇୟର ରିଂ । ମିଡିଅମ୍‌ ହୁପ୍‌ ମିଡିଅମ ହୁପ୍‌ ବର୍ତ୍ତମାନ ବେଶି ଟ୍ରେଣ୍ଡ୍‌ରେ ରହିଛି । ଏହା ସବୁ ପ୍ରକାର କଲେକସନ୍‌ ପାଇଁ ଆବଶ୍ୟକ ପଡିଥାଏ । ଏହାର ଆକୃତି ଏହାକୁ ଅଧିକ କ୍ଲାସି କରିଥାଏ । ଏହାକୁ ପିନ୍ଧିବାକୁ ଯୁବତୀମାନେ ବେଶ୍‌ ଭଲ […]

ହୁପ୍‌ ଇୟର ରିଂ
ହୁପ୍‌ ଇୟର ରିଂ

ଆଜିକାଲି ଫ୍ୟାଶନରେ ଅନେକ ପରିବର୍ତ୍ତନ ଆସିଛି । ଆଧୁନିକ ଫ୍ୟାଶନରେ ଅନେକ ଜୁଏଲାରୀ ସାମିଲ ହୋଇଛନ୍ତି, ଯିଏ ଝିଅଙ୍କୁ ବୋଲï ଲୁକ୍‌ ଦେଉଛନ୍ତି । ସେଥିରୁ ମଧ୍ୟରୁ ଗୋଟିଏ ହେଲା ହୁପ୍‌ ଇୟର ରିଂ ।

ମିଡିଅମ୍‌ ହୁପ୍‌
ମିଡିଅମ ହୁପ୍‌ ବର୍ତ୍ତମାନ ବେଶି ଟ୍ରେଣ୍ଡ୍‌ରେ ରହିଛି । ଏହା ସବୁ ପ୍ରକାର କଲେକସନ୍‌ ପାଇଁ ଆବଶ୍ୟକ ପଡିଥାଏ । ଏହାର ଆକୃତି ଏହାକୁ ଅଧିକ କ୍ଲାସି କରିଥାଏ । ଏହାକୁ ପିନ୍ଧିବାକୁ ଯୁବତୀମାନେ ବେଶ୍‌ ଭଲ ପାଉଥିବାର ଦେଖିବାକୁ ମିଳୁଛି । ଏଥିରେ ବିଭିନ୍ନ ପ୍ରକାର ଯେପରି ମେଜୁରୀ ଏଡିଟର ହୁ«, ଟୁଇଷ୍ଟେଡ ହୁ«, ଷ୍ଟାଣ୍ଡାର୍ଡ ହୁପ୍ସ, ନଟ୍‌ ହୁ« ଆଦି ରହିଛି । ଏହା ଦେଖିବାକୁ ଛୋଟ ଓ ସୁନ୍ଦର ହୋଇଥାଏ । ଏହା ଉପରେ ଷ୍ଟୋନ କାମ ହୋଇଥିବାର ମଧ୍ୟ ଦେଖିବାକୁ ମିଳେ । ଏହି ଡିଜାଇନ୍‌ ଛୋଟ ମୁହଁକୁ ବେଶି ମାନିଥାଏ ।

ଲାର୍ଜ ହୁପ୍ସ
ଲାର୍ଜ ହୁପ୍ସ ଆପଣଙ୍କ ଫ୍ୟାଶନ ଷ୍ଟେଟମେଣ୍ଟକୁ ବଦଳାଇବାରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଅନ୍ୟ ହୁ« ଇୟର ରିଂ ଠାରୁ ଅଧିକ କଲର ଫୁଲ୍‌ ହୋଇଥାଏ । ଏହା ସବୁ ପ୍ରକାର ଅକେଜନ୍‌ ପାଇଁ ବେଶ୍‌ ଭଲ ହୋଇଥାଏ । ଏହାକୁ ଇଭିନିଂ ପାର୍ଟି ହେଉ କି ଡେ’ପାର୍ଟି ସବୁଥିରେ ପିନ୍ଧାଯାଇ ପାରିବ । ଏହା ଆପଣଙ୍କ ଆଟିଚୁ୍ୟଡ୍‌କୁ କ୍ଲାସି କରିବାରେ ବେଶ୍‌ ସହାୟତା କରିଥାଏ । ଏହା ଯାହାର ହାଇଟ୍‌ ଅଧିକ ସହ ମୁହଁର ଆକାର ଲମ୍ବା ଥାଏ ସେମାନଙ୍କୁ ବେଶି ମାନିଥାଏ । ଏହାର ଅନେକ ପ୍ରକାର ଯେପରି ଆର୍ଥ ଲାର୍ଜ ଡାଇମଣ୍ଡ,ବାର୍ଡ ଆଇକନ, ସାଏ ଚେନ୍‌ ଲିଙ୍କ, ଲାର୍ଜ ଓଭାଲ ସେପ୍‌ ଆଦି ରହିଛି । ଏହାକୁ ପିନ୍ଧି ଅନେକ ଯୁବତୀ ରିଲ୍ସ କରୁଥିବାର ନଜର ଆସିଛନ୍ତି ।

ରିଅଲ ଗୋଲଡ଼ ହୁପ୍ସ
ହୁପ୍ସ ଇଅର ରିଂ ବିଭିନ୍ନ ମେଟାଲରେ ମିଳିଥାଏ ଏଥିରେ ଡାଇମଣ୍ଡ୍‌, ପ୍ଲାଟିନମ୍‌, ପ୍ଲେନ୍‌ ଷ୍ଟିଲ ଆଦି ସାମିଲ ରହିଥାଏ । ସେହିଭଳି ଏକ ଅପସନ୍‌ ହେଲା ରିଅଲ ଗୋଲଡ଼ । ଆପଣଙ୍କୁ ଯଦି ରିଅଲ ଗୋଲï ପସନ୍ଦ ତେବେ ସେଥିରେ ମଧ୍ୟ ହୁପ୍ସ ରିଂ ଅପସନକୁ ବାଛନ୍ତୁ । ଏହା ଆପଣଙ୍କୁ ବେଶ ରୟାଲ ଓ କ୍ଲାସି ଲୁକ ଦେବ । ତେବେ ସବୁବେଳେ ଏହି ଇୟର ରିଂକୁ ହାଲୁକା ତିଆରି କରିବେ, ଯାହା ଫଳରେ ଏଗୁଡିକ ପିନ୍ଧିବାକୁ ସୁବିଧା ସହ ଆରାମ ଦାୟକ ହେବ । ଏଥିରେ ବିଭିନ୍ନ ପ୍ରକାର ଯେପରି ଥ୍ରୀ ହୁପ୍‌, ଭାଇରାଲ ପେଭ୍‌ ହୁ«, ଡିଟାଚେବଲ୍‌, ଫ୍ରଣ୍ଟ ଡାଇମଣ୍ଡ୍‌ ଆଦି ରହିଛି । ଆପଣ ନିଜର ଚଏସ୍‌ ଓ ଷ୍ଟାଇଲ୍‌ ହିସାବରେ ଏଗୁଡିକୁ ପିନ୍ଧି ପାରିବେ ।