ବିଜେପିରେ ମିଶିଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଞ୍ଚିରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲା ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ଦଳରେ ମିଶିଛନ୍ତି। ସେ ତାଙ୍କ ବହୁ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ […]

ବିଜେପିରେ ମିଶିଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଞ୍ଚିରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲା ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ଦଳରେ ମିଶିଛନ୍ତି। ସେ ତାଙ୍କ ବହୁ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍‌ଏମ୍ ମଧ୍ୟ ଛାଡ଼ିଥିଲେ। ସେ ଜେଏମ୍‌ଏମ୍ ମୁଖ୍ୟ ଶିବୁ ସୋରେନଙ୍କ ପାଖକୁ ଏକ ଚିଠି ଲେଖି କହିଥିଲେ ଯେ ଏବେ ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି। ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନଥିବା ଉଲ୍ଲେଖ କରିଥିଲେ। ଚମ୍ପାଇ ସୋରେନ ଚଳିତ ବର୍ଷ ଫେବ୍ରୁଆରୀ ମାସ ୨ ତାରିଖରେ ଝାରଖଣ୍ଡର ଦ୍ୱାଦଶତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗତ ଜୁଲାଇ ୩ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇ ୪ ତାରିଖରେ ଜେଏମ୍‌ଏମ୍‌ର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡ଼ିବାରୁ ସେ ଇସ୍ତଫା ଦେଇଥିଲେ ଓ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଜେଲ୍‌ରୁ ଫେରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।