କାଷ୍ଟିଂ କାଉଚ୍ ଅନୁଭୂତି କଷ୍ଟ ଦାୟକ
କାଷ୍ଟିଂ କାଉଚ୍କୁ ନେଇ ଅନେକ ଅଭିନେତ୍ରୀ ବର୍ତ୍ତମାନ ମୁହଁ ଖୋଲିବାରେ ଲାଗିଛନ୍ତି । ଅନେକ ଏହାକୁ ନେଇ ନିଜ ଅନୁଭୂତିକୁ ସାହସର ସହିତ ବଖାଣୁଛନ୍ତି । ସେହିଭଳି ଜଣେ ନାୟିକା ନିଜର କାଷ୍ଟିଂକାଉଚ ଦୁଃଖକୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଧାରାବାହିକ ପବିତ୍ର ରିସ୍ତାର ଅଭିନେତ୍ରୀ ଆଶା ନେଗୀ କାଷ୍ଟିଂ କାଉଚ୍କୁ ନେଇ କଥା ହୋଇଛନ୍ତି । ଯେତେବେଳେ ସେ ଇଣ୍ଡଷ୍ଟ୍ରୀକୁ ନୂଆ ନୂଆ ଆସିଥିଲେ ସେତେବେଳେ କାଷ୍ଟିଂ କାଉଚର ଶିକାର ହୋଇଥିଲେ । ତାଙ୍କୁ ଏଥିପାଇଁ […]

କାଷ୍ଟିଂ କାଉଚ୍କୁ ନେଇ ଅନେକ ଅଭିନେତ୍ରୀ ବର୍ତ୍ତମାନ ମୁହଁ ଖୋଲିବାରେ ଲାଗିଛନ୍ତି । ଅନେକ ଏହାକୁ ନେଇ ନିଜ ଅନୁଭୂତିକୁ ସାହସର ସହିତ ବଖାଣୁଛନ୍ତି । ସେହିଭଳି ଜଣେ ନାୟିକା ନିଜର କାଷ୍ଟିଂକାଉଚ ଦୁଃଖକୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଧାରାବାହିକ ପବିତ୍ର ରିସ୍ତାର ଅଭିନେତ୍ରୀ ଆଶା ନେଗୀ କାଷ୍ଟିଂ କାଉଚ୍କୁ ନେଇ କଥା ହୋଇଛନ୍ତି । ଯେତେବେଳେ ସେ ଇଣ୍ଡଷ୍ଟ୍ରୀକୁ ନୂଆ ନୂଆ ଆସିଥିଲେ ସେତେବେଳେ କାଷ୍ଟିଂ କାଉଚର ଶିକାର ହୋଇଥିଲେ । ତାଙ୍କୁ ଏଥିପାଇଁ ପ୍ରସ୍ତୁତ କରିବାକୁ ବ୍ରେନ୍ ୱାସ୍ ମଧ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସମସ୍ତ ଅଭିନେତ୍ରୀ ଏଭଳି କରନ୍ତି ବୋଲି ତାଙ୍କୁ କୁହାଯାଇଥିବା ଆଶା ପ୍ରକାଶ କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସେ ଏଭଳି ପରିସ୍ଥିତିର ସାମନା କରିଥିବା ଆଶା କହିଛନ୍ତି । ଯେତେ ବଡବଡ ଷ୍ଟାର ଅଛନ୍ତି, ସମସ୍ତେ ଏପରି କରି ଆଗକୁ ଯାଇଛନ୍ତି ବୋଲି ଆଶାଙ୍କୁ କୁହାଯାଇଥିବା ସେ ପ୍ରକାଶ କରିଛି । ହେଲେ ଆଶା ତାଙ୍କୁ ସିଧାସଳଖ ମନା କରିଦେଇଥିବା କହିଛନ୍ତି । ତେବେ ଏହି କଥା ସେତେବେଳେ ତାଙ୍କୁ ଖୁବ ବାଧିଥିଲା । ହେଲେ ନିଜର ଅଭିନୟ ଉପରେ ବିଶ୍ୱାସ ରଖି ସେ କାର୍ଯ୍ୟ ଜାରି ରଖିଥିଲେ, ଏବଂ ଅଭିନୟ ପାଇଁ ହିଁ ସଫଳତା ପାଇଥିଲେ ।