୩୭ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବେ ଗୋବିନ୍ଦା – ସୁନିତା !

ମୁମ୍ବାଇ : ବି’ଟାଉନରେ ଜୋର ଧରିଛି ଚର୍ଚ୍ଚା । ଗୋବିନ୍ଦାଙ୍କ ବୈବାହିକ ଜୀବନରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ୩୭ ବର୍ଷର ବିବାହିକ ଜୀବନ ପରେ ପତ୍ନୀ ସୁନୀତାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ୯୦ ଦଶକ ରୋମାଣ୍ଟିକ ହିରୋ ଗୋବିନ୍ଦା। ଦୁହେଁ କିଛିଦିନ ହେବ ଅଲଗା ରହୁଥିବା ଚର୍ଚ୍ଚା ହେଉଥିବାବେଳେ ଗୋବିନ୍ଦା କିମ୍ବା ସୁନୀତା ବିବାହ ବିଚ୍ଛେଦ ନେଇ ନିଜଆଡ଼ୁ କୌଣସି ସୂଚନା ଦେଇ ନାହାନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁନୀତା ଏବଂ ଗୋବିନ୍ଦା ପରସ୍ପରଠାରୁ […]

୩୭ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବେ ଗୋବିନ୍ଦା – ସୁନିତା !
୩୭ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବେ ଗୋବିନ୍ଦା - ସୁନିତା !

ମୁମ୍ବାଇ : ବି’ଟାଉନରେ ଜୋର ଧରିଛି ଚର୍ଚ୍ଚା । ଗୋବିନ୍ଦାଙ୍କ ବୈବାହିକ ଜୀବନରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ୩୭ ବର୍ଷର ବିବାହିକ ଜୀବନ ପରେ ପତ୍ନୀ ସୁନୀତାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ୯୦ ଦଶକ ରୋମାଣ୍ଟିକ ହିରୋ ଗୋବିନ୍ଦା। ଦୁହେଁ କିଛିଦିନ ହେବ ଅଲଗା ରହୁଥିବା ଚର୍ଚ୍ଚା ହେଉଥିବାବେଳେ ଗୋବିନ୍ଦା କିମ୍ବା ସୁନୀତା ବିବାହ ବିଚ୍ଛେଦ ନେଇ ନିଜଆଡ଼ୁ କୌଣସି ସୂଚନା ଦେଇ ନାହାନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସୁନୀତା ଏବଂ ଗୋବିନ୍ଦା ପରସ୍ପରଠାରୁ ଦୂରତା ରକ୍ଷା କରୁଛନ୍ତି । ନିକଟରେ ସୁନୀତା ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ, ଦୁହେଁ ଅଲଗା ଘରେ ରହୁଛନ୍ତି । ଗୋବିନ୍ଦା ତାଙ୍କ ବଙ୍ଗଳାରେ ରୁହନ୍ତି କାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ମିଟିଂ ଏବଂ ଲୋକଙ୍କ ସହ ସାକ୍ଷାତ କରିବାକୁ ପଡ଼ିଥାଏ । ଆମର ଦୁଇଟି ଘର । ଆମ ଆପାର୍ଟମେଣ୍ଟର ଅପୋଜିଟରେ ବଙ୍ଗଳା ରହିଛି ।

ଫ୍ଲାଟରେ ସୁନୀତା ଏକ ସ୍ୱତନ୍ତ୍ର ମନ୍ଦିର ତିଆରି କରିଥିବାବେଳେ ସେଠାରେ ସେ ପିଲାମାନଙ୍କ ସହ ରୁହନ୍ତି । ଗୋବିନ୍ଦାଙ୍କୁ ଗହଳି ପସନ୍ଦ ଥିବା ଯୋଗୁ ସେ ସବୁବେଳେ ୧୦-୧୨ ଲୋକଙ୍କୁ ନିଜ ପାଖରେ ବସେଇ ଗପସପ କରନ୍ତି ବୋଲି ସୁନୀତା କହିଛନ୍ତି ।

ନିକଟରେ ସାକ୍ଷାତକାରରେ ସୁନୀତା କହିଥିଲେ ଯେ ବିବାହକୁ ୩୭ ବର୍ଷ ବିତିଗଲାଣି । ଏବେ ବୈବାହିତକ ଜୀବନରେ ଉଠିଛି ଝଡ । ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଛରେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ସଂପର୍କ ବୋଲି ଚର୍ଚ୍ଚା ହେଉଛି । ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଗୋବିନ୍ଦା । ହେଲେ ଏ ବିଷୟରେ ଗୋବିନ୍ଦା କିମ୍ବା ସୁନିତା ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇନାହାଁନ୍ତି ।ତେବେ ବର୍ତ୍ତମାନ ସମୟରେ ଗୋବିନ୍ଦା ଓ ସୁନୀତା ବିବାହ ବିଚ୍ଛେଦ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର ଜରିଛି । ହେଲେ ସେମାନଙ୍କ ତରଫରୁ ଏ ନେଇ କୌଣସି ସୂଚନା ମିଳିନାହିଁ ।