ଶୀତରେ ଥରିବ ଟ୍ୱିନ ସିଟି, ୫ ଦିନ ପାଇଁ ଜାରି ହେଲା ଆଲର୍ଟ
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରର ରାତିର ତାପମାତ୍ରା ୧୧ରୁ ୧୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଏନେଇ ଆଇଏମଡି ପୂବାନୁମାନ କରିଛି । ଗତ ୨୪ ଘଂଟା ମଧ୍ୟରେ ଓଡିଶାର ପ୍ରମୁଖ ସହର ଭୁବନେଶ୍ୱର ଏବଂ କଟକର ରାତି ତାପମାତ୍ରା ସବନିମ୍ନ ଯଥାକ୍ରମେ ୧୨.୩ ଡିଗ୍ରୀ ଏବଂ ୧୨.୪ ଡିଗ୍ରୀକୁ ଖସି ଆସିଛି । ଆସନ୍ତା କିଛି ଦିନ ଧରି ଏଭଳି ସ୍ଥିତି ଦସ୍ୱବ ସହରରେ ଜାରି […]

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରର ରାତିର ତାପମାତ୍ରା ୧୧ରୁ ୧୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଏନେଇ ଆଇଏମଡି ପୂବାନୁମାନ କରିଛି । ଗତ ୨୪ ଘଂଟା ମଧ୍ୟରେ ଓଡିଶାର ପ୍ରମୁଖ ସହର ଭୁବନେଶ୍ୱର ଏବଂ କଟକର ରାତି ତାପମାତ୍ରା ସବନିମ୍ନ ଯଥାକ୍ରମେ ୧୨.୩ ଡିଗ୍ରୀ ଏବଂ ୧୨.୪ ଡିଗ୍ରୀକୁ ଖସି ଆସିଛି । ଆସନ୍ତା କିଛି ଦିନ ଧରି ଏଭଳି ସ୍ଥିତି ଦସ୍ୱବ ସହରରେ ଜାରି ରହିବ ବୋଲି ଆଶା କରାଯାଉଛି । କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ରାତିର ସବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ସେହିପରି ଫୁଲବାଣୀ ଏବଂ ଦାରିଙ୍ଗବାଡିର ରାତିର ସବନିମ୍ନ ତାପମାତ୍ରା ଯଥାକ୍ରମେ ୮.୫ ଡିଗ୍ରୀ ସେଲସିୟସ ଏବଂ ୯ ଡିଗ୍ରୀ ସେଲସିୟସ ରହିଛି । କୋରାପୁଟରେ ଘନ କୁହୁଡି ଦେଖିବାକୁ ମିଳିଛି । ଶନିବାର ସକାଳେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନତା ୫୦ ମିଟରରୁ କମ ରହିଥିବା ଜଣାପଡିଛି । ସେହିପରି ଫୁଲବାଣୀରେ ଘନ କୁହଡି ଦେଖିବାକୁ ମିଳିଛି । ଅପରପକ୍ଷରେ ରାଉରକେଲା ଏବଂ ଭବାନୀପାଟଣାରେ ମଧ୍ୟମ କୁହୁଡି ଦୃଶ୍ୟମାନ ହୋଇଛି । ହୀରାକୁଦ ଏବଂ ଗୋପାଳପୁର ସାଧାରଣ କୁହୁଡି ଦେଖିବାକୁ ମିଳିଛି ।
କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଏବଂ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂବାନୁମାନ କରାଯାଇଛି । ଜାନୁଆରୀ ୨୦ ସକାଳ ପଯ୍ୟନ୍ତ ଗଞ୍ଜାମ, ଗଜପତି, ପୁରୀ, ଖୋଦ୍ଧା, କଟକ, ଜଗତସିଂହପୁର, ନୟାଗଡ, କନେ୍ଦୁଝର ଏବଂ ଝାରସୁଗୁଡାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।