ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ
ଭୁବନେଶ୍ୱର : ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ଦେଶ ବା ବିଶ୍ଵରେ ଯୁବ […]

ଭୁବନେଶ୍ୱର : ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା।
ଦେଶ ବା ବିଶ୍ଵରେ ଯୁବ ପିଢ଼ି ତମାଖୁ ସେବନ ପ୍ରତି ଆକୃଷ୍ଟ ହେଉଛନ୍ତି । ଯାହା ଫଳରେ ସେମାନେ କର୍କଟ, ହୃଦରୋଗ, ଶ୍ୱାସରୋଗ ଆଦି ଭଳି ବିଭିନ୍ନ ରୋଗର ସମ୍ମୁଖୀନ ହୋଇଥାନ୍ତି । ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇଥାଏ । ଏହି ଅବସରରେ ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ। ଦେଶରେ ତମାଖୁ ମୃତ୍ୟୁ ବଢିଚାଲିଛି। ଯୁବପୀଢୀଙ୍କୁ ଏଥିରୁ ନିବୃତ ରଖିବାକୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତମାଖୁ ସେବନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଦର୍ଶାଇ ବାଲୁକା କଳାରେ ସଚେତନ କରିଛନ୍ତି। ଏହାକୁ ଦେଖିବାକୁ ବେଳାଭୂମୀରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।
ସେହିପରି ଭୁବନେଶ୍ୱର ସ୍ପର୍ଶ ହେଲ୍ଥ କେୟାର ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି । ତମାଖୁ ସେବନର କୁପରିଣାମ ସମ୍ପର୍କରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ତମାଖୁ ଜନିତ କ୍ୟାନ୍ସର ଭାରତରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ମୁଖ୍ୟତଃ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୭ରୁ ୮ ପ୍ରତିଶତ ଲୋକେ ତମାଖୁ ଜନିତ କ୍ୟାନ୍ସରରେ ପୀଡ଼ିତ ହେଉଛନ୍ତି । ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା ।