ପିକଅପ ଭ୍ୟାନ୍ରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସକୁ ବଡ଼ ସଫଳତା। ବସ୍ତା ବସ୍ତା ଗଞ୍ଜେଇ ଭର୍ତ୍ତି ଗାଡିକୁ ଅଟକ ରଖିଲା ପୁଲିସ। ରାଣିସର୍ଡା ଛକ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହୋଇଛି। ଏହାର ଓଜନ ପାଖାପାଖି ୯ କ୍ୱିଣ୍ଟାଲ ଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗାଡି ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ପୁଲିସ ଘଟଣାର ତଦନ୍ତ […]

ପିକଅପ ଭ୍ୟାନ୍ରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ
ପିକଅପ ଭ୍ୟାନ୍ରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସକୁ ବଡ଼ ସଫଳତା। ବସ୍ତା ବସ୍ତା ଗଞ୍ଜେଇ ଭର୍ତ୍ତି ଗାଡିକୁ ଅଟକ ରଖିଲା ପୁଲିସ। ରାଣିସର୍ଡା ଛକ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହୋଇଛି। ଏହାର ଓଜନ ପାଖାପାଖି ୯ କ୍ୱିଣ୍ଟାଲ ଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗାଡି ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, କଣ୍ଟାମାଲ ପଟରୁ ଏକ ପିକଅପ୍ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ କରି ତରଭା ପୁଲିସ ପିଛା କରିବା ସହ ମେଣ୍ଡା ଫାଣ୍ଡିକୁ ଖବର ଦେଇଥିଲା। ମେଣ୍ଡା ଓ ତରଭା ପୁଲିସ ମିଳିତ ସହଯୋଗରେ ଗଞ୍ଜେଇ ଗାଡିକୁ ପିଛା କରି ରାଣିସର୍ଡା ଛକ ନିକଟରେ କାବୁ କରିଥିଲେ। ତେବେ ଡ୍ରାଇଭର୍ ଗାଡି ଛାଡ଼ି ଚମ୍ପଟ ହୋଇଯାଇଛି। ଭ୍ୟାନ୍‌ରୁ ୯ କ୍ଵିଣ୍ଟାଲ ୩୦ କିଲୋ ଓଜନର ୯୩୦ ପ୍ୟାକେଟ୍ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ପଛରେ ଏକ ବଡ଼ ରାକେଟ୍ ଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।