ମଧ୍ୟାହ୍ନ ଭୋଜନ ପାଇଁ ସିନ୍ଦେ, ଫଡ଼ନାବିସ, ଅଜିତ ପାୱାରଙ୍କୁ ବାସଭବନକୁ ନିମନ୍ତ୍ରଣ କଲେ ଶରଦ ପାୱାର
ନୂଆଦିଲ୍ଲୀ : ନେସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କୁ ତାଙ୍କ ବାସଭବନକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ମାର୍ଚ୍ଚ ୨ ତାରିଖରେ ସିନ୍ଦେ, ଫଡ଼ନାବିସ ଏବଂ ଅଜିତ ପାୱାର ବାରମତି ଗସ୍ତରେ ଆସିବେ। ଏହି ଅବସରରେ ପାୱାର ସେମାନଙ୍କୁ ତାଙ୍କ ବାସଭବନକୁ ମଧ୍ୟାହ୍ନ ଭୋଜନ ପାଇଁ ଡାକିଛନ୍ତି। ସିନ୍ଦେ ଏବଂ ତାଙ୍କ ୨ ଉପମୁଖ୍ୟ ଯେଉଁମାନେ କି ଶରଦ […]

ନୂଆଦିଲ୍ଲୀ : ନେସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କୁ ତାଙ୍କ ବାସଭବନକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ମାର୍ଚ୍ଚ ୨ ତାରିଖରେ ସିନ୍ଦେ, ଫଡ଼ନାବିସ ଏବଂ ଅଜିତ ପାୱାର ବାରମତି ଗସ୍ତରେ ଆସିବେ। ଏହି ଅବସରରେ ପାୱାର ସେମାନଙ୍କୁ ତାଙ୍କ ବାସଭବନକୁ ମଧ୍ୟାହ୍ନ ଭୋଜନ ପାଇଁ ଡାକିଛନ୍ତି। ସିନ୍ଦେ ଏବଂ ତାଙ୍କ ୨ ଉପମୁଖ୍ୟ ଯେଉଁମାନେ କି ଶରଦ ପାୱାରଙ୍କର ପ୍ରତିଦ୍ବନ୍ଦ୍ବୀ ସମସ୍ତେ ବାରମତି ସହରର ବିଦ୍ୟା ପ୍ରତିଷ୍ଠାନ କଳେଜ ପରିସରର ‘ନମୋ ମହାରୋଜଗାର ମେଳା’ରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଯେ ଏନସିପି ଦଳରେ ଫାଟ ସୃଷ୍ଟି ହୋଇଥିବାବେଳେ ଏବଂ ଶରଦ ପାୱାରଙ୍କର ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ ସମ୍ପର୍କ ତିକ୍ତ ହୋଇଥିବାବେଳେ ଏହି ସମୟରେ ସେମାନଙ୍କୁ ଶରଦ ପାୱାର ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ।