ପଣିକିଆରେ ଭୋଟର ସଚେତନତା, ଚର୍ଚ୍ଚାରେ ପ୍ରିତୀ ସୁଲଗ୍ନା ଓ ସ୍ମୃତି ସୁଲଗ୍ନା
ମାଲାକାନଗିର ୧୮/୦୩ : ବାଜିଛି ବିଗୁଲ୍ । ଏପ୍ରିଲ୍ରୁ ଗଣତନ୍ତ୍ରର ମହାପର୍ବ । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ନିର୍ବାଚନ । ଲାଗୁ ହୋଇଗଲାଣି ଆଦର୍ଶ ଆଚରଣ ବିଧି । ସରକାରଙ୍କ ଉପରେ ଲାଗିଛି ପ୍ରତିବନ୍ଧକ । ଲୋକେ ବି ତୟାର ମହାନ ପର୍ବରେ ନିଜକୁ ସାମିଲ କରିବାକୁ । ତେବେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ଦୁଇ କୁନି କୁନି ପିଲା । ପଣିକିଆ ଗାଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ବୁଝାଉଛନ୍ତି ଭୋଟ କଥା । ଗୀତ ଗୀତରେ କହିଛନ୍ତି ଭୋଟ ଦିଅ ସାବ୍ୟସ୍ତ କର ନିଜର ମତ । ମାଲକାନଗିରି କାଳିମେଳାରେ ଏହି ଦୁଇ ଉଭଣୀଙ୍କୁ ନେଇ ଖୁବ ଚର୍ଚ୍ଚା । ଏଗାର କେ ଏଗାର, ମତଦାନ ଶ୍ରେଷ୍ଠ ଅଧିକାର । ଏଗାର ଦୁଣେ ବାଇଶି, ଭୋଟ ଦେବ ଆସ ମାଆ ମାଉସୀ । ଏକଥା ଆମେ କହୁନୁ ବରଂ ଦୁଇ ଉଭଣୀଙ୍କ କଥା । ତା ପୁଣି ସ୍ୱର ମାଧ୍ୟମରେ । ଲୋକଙ୍କ ପାଖକୁ ଯାଇ ବୁଝାଇ କହୁଛନ୍ତି ଦୁଇ ଭଉଣୀ । ମାଲକାନଗିରିର ବିଭିନ୍ନ ସ୍ଥାନରେ ଚାଲିଛି ଭୋଟର ଦୁଇ ଭଉଣୀଙ୍କ ପଣିକିଆ ଗୀତର ସୁଟିଂ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାକୁ କରାଯିବ ପ୍ରଦାନ । ତେବେ ଏହା ପୂର୍ବରୁ ତାଙ୍କ ପଣିକିଆ ଲୋକଙ୍କୁ କରିଛି ଆକର୍ଷିତ । କେବଳ ଭୋଟ ନୁହେଁ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ ଦୁଇ ଭଉଣୀ । ସେ କୋଭିଡ ହେଉ ବା ଭୃଣ ହତ୍ୟା । ଅଂଶୁଘାତ, ସଡକ ସୁରକ୍ଷା ବା ଜଙ୍ଗଲ ସୁରକ୍ଷା । ଏମିତି ଅନେକ ପ୍ରସଙ୍ଗରେ ସଚେତନତା ଭିଡିଓ କରି ସାଉଁଟିଥିଲେ ପ
ମାଲାକାନଗିର ୧୮/୦୩ : ବାଜିଛି ବିଗୁଲ୍ । ଏପ୍ରିଲ୍ରୁ ଗଣତନ୍ତ୍ରର ମହାପର୍ବ । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ନିର୍ବାଚନ । ଲାଗୁ ହୋଇଗଲାଣି ଆଦର୍ଶ ଆଚରଣ ବିଧି । ସରକାରଙ୍କ ଉପରେ ଲାଗିଛି ପ୍ରତିବନ୍ଧକ । ଲୋକେ ବି ତୟାର ମହାନ ପର୍ବରେ ନିଜକୁ ସାମିଲ କରିବାକୁ । ତେବେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ଦୁଇ କୁନି କୁନି ପିଲା । ପଣିକିଆ ଗାଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ବୁଝାଉଛନ୍ତି ଭୋଟ କଥା । ଗୀତ ଗୀତରେ କହିଛନ୍ତି ଭୋଟ ଦିଅ ସାବ୍ୟସ୍ତ କର ନିଜର ମତ । ମାଲକାନଗିରି କାଳିମେଳାରେ ଏହି ଦୁଇ ଉଭଣୀଙ୍କୁ ନେଇ ଖୁବ ଚର୍ଚ୍ଚା ।
ଏଗାର କେ ଏଗାର, ମତଦାନ ଶ୍ରେଷ୍ଠ ଅଧିକାର । ଏଗାର ଦୁଣେ ବାଇଶି, ଭୋଟ ଦେବ ଆସ ମାଆ ମାଉସୀ । ଏକଥା ଆମେ କହୁନୁ ବରଂ ଦୁଇ ଉଭଣୀଙ୍କ କଥା । ତା ପୁଣି ସ୍ୱର ମାଧ୍ୟମରେ । ଲୋକଙ୍କ ପାଖକୁ ଯାଇ ବୁଝାଇ କହୁଛନ୍ତି ଦୁଇ ଭଉଣୀ । ମାଲକାନଗିରିର ବିଭିନ୍ନ ସ୍ଥାନରେ ଚାଲିଛି ଭୋଟର ଦୁଇ ଭଉଣୀଙ୍କ ପଣିକିଆ ଗୀତର ସୁଟିଂ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାକୁ କରାଯିବ ପ୍ରଦାନ । ତେବେ ଏହା ପୂର୍ବରୁ ତାଙ୍କ ପଣିକିଆ ଲୋକଙ୍କୁ କରିଛି ଆକର୍ଷିତ ।
କେବଳ ଭୋଟ ନୁହେଁ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ ଦୁଇ ଭଉଣୀ । ସେ କୋଭିଡ ହେଉ ବା ଭୃଣ ହତ୍ୟା । ଅଂଶୁଘାତ, ସଡକ ସୁରକ୍ଷା ବା ଜଙ୍ଗଲ ସୁରକ୍ଷା । ଏମିତି ଅନେକ ପ୍ରସଙ୍ଗରେ ସଚେତନତା ଭିଡିଓ କରି ସାଉଁଟିଥିଲେ ପ୍ରଶଂସା । ଏମିତିକି ମାସକ ତଳେ ପଣିକିଆ ବୋଲି ମିଲେଟ ବିଷୟରେ କହି ଶୁଣାଇଥିଲେ । ଏବେ ପୁଣିଥରେ ଲୋକଙ୍କୁ ଭୋଟ ଦେବାକୁ ବୁଝାଉଛନ୍ତି ପ୍ରିତୀ ଓ ସ୍ମୃତି । ଆଉ ତାଙ୍କର ଏମିତି କାର୍ଯ୍ୟ ପଛରେ ରହିଛି ପରିବାରର ବଡ ହାତ ।
ସ୍ମୃତି ସୁଲଗ୍ନା ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରୀତି ପଢୁଛନ୍ତି ତୃତୀୟ ଶ୍ରେଣୀରେ ପାଠ । ବାପା ତାଙ୍କର ଶିକ୍ଷକ । ପିଲାମାନଙ୍କ ଏପରି କାର୍ଯ୍ୟକୁ ନେଇ ବାପା ମାଆଙ୍କ ସହ ସାହି ପଡିଶା ବି ଗର୍ବୀତ ।
You can also read...