ରାଜନୀତି ପାଇଁ ଭାଇ ସହ ସବୁ ସମ୍ପର୍କ କାଟିଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଭାଇ ବାବୁନ ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିଦେଇଛନ୍ତି। ହାଓଡ଼ାରେ ଟିଏମସି ଦେଇଥିବା ପ୍ରାର୍ଥୀଙ୍କୁ ବାବୁନ ବାନାର୍ଜୀ ବିରୋଧ କରିବାରୁ ମମତା କହିଛନ୍ତି, ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିଦେଲା। ଉଲ୍ଲେଖଯୋଗ୍ୟ ଯେ ହାଓଡ଼ା ଲୋକସଭା ଆସନରେ ଟିଏମସି ପ୍ରସୁନ ବାନାର୍ଜୀଙ୍କୁ ପୁଣିଥରେ ପ୍ରାର୍ଥୀ ଚୟନ କରିଥିବାରୁ ମମତାଙ୍କ ସାନ ଭାଇ ବାବୁନ ବାନାର୍ଜୀ ଆଜି […]

ରାଜନୀତି ପାଇଁ ଭାଇ ସହ ସବୁ ସମ୍ପର୍କ କାଟିଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଭାଇ ବାବୁନ ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିଦେଇଛନ୍ତି। ହାଓଡ଼ାରେ ଟିଏମସି ଦେଇଥିବା ପ୍ରାର୍ଥୀଙ୍କୁ ବାବୁନ ବାନାର୍ଜୀ ବିରୋଧ କରିବାରୁ ମମତା କହିଛନ୍ତି, ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିଦେଲା। ଉଲ୍ଲେଖଯୋଗ୍ୟ ଯେ ହାଓଡ଼ା ଲୋକସଭା ଆସନରେ ଟିଏମସି ପ୍ରସୁନ ବାନାର୍ଜୀଙ୍କୁ ପୁଣିଥରେ ପ୍ରାର୍ଥୀ ଚୟନ କରିଥିବାରୁ ମମତାଙ୍କ ସାନ ଭାଇ ବାବୁନ ବାନାର୍ଜୀ ଆଜି ସକାଳେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାରଣ ପାଇଁ ମମତା ତାଙ୍କ ଭାଇଙ୍କ ସହ ସବୁ ସମ୍ପର୍କ କାଟି ଦେଇଛନ୍ତି। ବର୍ତ୍ତମାନ ନୂଆଦିଲ୍ଲୀରେ ଥିବା ବାବୁନ ବାନାର୍ଜୀ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସେ ଏହାକୁ ଖଣ୍ଡନ କରିଛନ୍ତି। ବାବୁନ ବାନାର୍ଜୀ କହିଛନ୍ତି, ହାଓଡ଼ା ଆସନରେ ଦିଆଯାଇଥିବା ପ୍ରାର୍ଥୀଙ୍କୁ ନେଇ ମୁଁ ଖୁସି ନୁହେଁ। ପ୍ରସୁନ ବାନାର୍ଜୀ ସଠିକ ପସନ୍ଦ ନୁହନ୍ତି। ଆହୁରି ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କୁ ଅଣଦେଖା କରାଯାଇଛି।