ନୌସେରା ସେକ୍ଟରରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସେନାର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଫଳରେ ଭାରତୀୟ ସୀମାରେ ଅତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି ।ଭାରତୀୟ ଗୁଇନ୍ଦା ଏଜେନ୍ସି ଏବଂ ଜାମ୍ମୁ-କାଶ୍ମୀର ପୋଲିସକୁ ନୌସେରା ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଭାରତୀୟ ସେନା ତୁରନ୍ତ ଅନୁପ୍ରବେଶ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା । ସୁରକ୍ଷାବଳର ଯବାନ ମାନେ ସେପ୍ଟେମ୍ବର ୮ ତାରିଖ ମଧ୍ୟରାତ୍ରିରେ ସର୍ଚ୍ଚ ଅଭିଯାନ କରିଥିଲେ । ଏହି ସମୟରେ ଭାରତୀ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ହ୍ବାଇଟ୍ ନାଇଟ୍ କୋଲ ମୁତାବକ ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।...
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସେନାର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଫଳରେ ଭାରତୀୟ ସୀମାରେ ଅତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି ।
ଭାରତୀୟ ଗୁଇନ୍ଦା ଏଜେନ୍ସି ଏବଂ ଜାମ୍ମୁ-କାଶ୍ମୀର ପୋଲିସକୁ ନୌସେରା ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଭାରତୀୟ ସେନା ତୁରନ୍ତ ଅନୁପ୍ରବେଶ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା । ସୁରକ୍ଷାବଳର ଯବାନ ମାନେ ସେପ୍ଟେମ୍ବର ୮ ତାରିଖ ମଧ୍ୟରାତ୍ରିରେ ସର୍ଚ୍ଚ ଅଭିଯାନ କରିଥିଲେ । ଏହି ସମୟରେ ଭାରତୀ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ହ୍ବାଇଟ୍ ନାଇଟ୍ କୋଲ ମୁତାବକ ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।...