ରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ, ରାଜନୀତିକୁ ପରିବାରବାଦରୁ ମୁକ୍ତି: ସଂସଦରେ ପିଏମ୍ ମୋଦୀ ରଖିଲେ ୧୧ ସଂକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ୱିଧାନର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଚର୍ଚ୍ଚାର ଜବାବ ଦେଇଛନ୍ତି । ଏହି ଅବସରରେ ନେହରୁ-ଗାନ୍ଧୀ ପରିବାର ସହ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କଂଗ୍ରେସକୁ ନିଶାଣ କରିବା ସହ ନିଜ ସମ୍ୱୋଧନରେ ସଂସଦରେ ୧୧ ସଂକଳ୍ପ ମଧ୍ୟ ରଖିଛନ୍ତି । ଏହି ସଂକଳ୍ପଗୁଡ଼ିକ ହେଲା:-ନାଗରିକ ହୁଅନ୍ତୁ ବା ସରକାର...ସମସ୍ତେ ନିଜ କର୍ତ୍ତବ୍ୟ ପାଳନ କରନ୍ତୁସବୁ କ୍ଷେତ୍ର, ସବୁ ସମାଜକୁ ବିକାଶର ଲାଭ ମିଳୁ, ସବକା ସାଥ-ସବକା ବିକାଶ ହେଉଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରହୁ, ଦୁର୍ନୀତିଗ୍ରସ୍ତଙ୍କୁ ସମାଜରେ ଗ୍ରହଣନୀୟତା ନମିଳୁଦେଶର ଆଇନ, ଦେଶର ନିୟମ...ଦେଶର ପରମ୍ପରାର ପାଳନରେ ଦେଶର ନାଗରିକ ଗର୍ବିତ ହେବା ଦରକାରଗୁଲାମିର ମାନସିକତାରୁ ମୁକ୍ତ ହୁଅନ୍ତୁ, ଦେଶର ଐତିହ୍ୟ ଉପରେ ଗର୍ବିତ ହୁଅନ୍ତୁଦେଶର ରାଜନୀତିକୁ ପରବାରବାଦରୁ ମୁକ୍ତି ମିଳୁସମ୍ୱିଧାନକୁ ସମ୍ମାନ କରାଯାଉ, ରାଜନୀତି ସ୍ୱାର୍ଥ ପାଇଁ ସମ୍ୱିଧାନକୁ ହତିଆର କରାନଯାଉସମ୍ୱିଧାନ ପ୍ରତି ସମର୍ପଣ ରଖି ଯେଉଁମାନଙ୍କୁ ସଂରକ୍ଷଣ ମିଳୁଛି, ସେମାନଙ୍କଠାରୁ ଛଡାଇ ନନିଆଯାଉ ଏବଂ ଧର୍ମ ଆଧାରରେ ସଂରକ୍ଷଣର ସବୁ ଉଦ୍ୟମ ଉପରେ ରୋକ ଲଗାଯାଉମହିଳାଙ୍କ ନେତୃତ୍ୱରେ ବିକାଶ ମାମଲାରେ ଭାରତ ଦୁନିଆରେ ଉଦହାରଣ ହେଉରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ...ଏହା ଆମର ବିକାଶ ମନ୍ତ୍ରଏକ ଭାରତ, ଶ୍ରେଷ୍ଠ ଭାରତର ମନ୍ତ୍ର ସର୍ବୋପରି ହେଉ

ରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ, ରାଜନୀତିକୁ ପରିବାରବାଦରୁ ମୁକ୍ତି: ସଂସଦରେ ପିଏମ୍ ମୋଦୀ ରଖିଲେ ୧୧ ସଂକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ୱିଧାନର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଚର୍ଚ୍ଚାର ଜବାବ ଦେଇଛନ୍ତି । ଏହି ଅବସରରେ ନେହରୁ-ଗାନ୍ଧୀ ପରିବାର ସହ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କଂଗ୍ରେସକୁ ନିଶାଣ କରିବା ସହ ନିଜ ସମ୍ୱୋଧନରେ ସଂସଦରେ ୧୧ ସଂକଳ୍ପ ମଧ୍ୟ ରଖିଛନ୍ତି । 

ଏହି ସଂକଳ୍ପଗୁଡ଼ିକ ହେଲା:-

  1. ନାଗରିକ ହୁଅନ୍ତୁ ବା ସରକାର...ସମସ୍ତେ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ
  2. ସବୁ କ୍ଷେତ୍ର, ସବୁ ସମାଜକୁ ବିକାଶର ଲାଭ ମିଳୁ, ସବକା ସାଥ-ସବକା ବିକାଶ ହେଉ
  3. ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରହୁ, ଦୁର୍ନୀତିଗ୍ରସ୍ତଙ୍କୁ ସମାଜରେ ଗ୍ରହଣନୀୟତା ନମିଳୁ
  4. ଦେଶର ଆଇନ, ଦେଶର ନିୟମ...ଦେଶର ପରମ୍ପରାର ପାଳନରେ ଦେଶର ନାଗରିକ ଗର୍ବିତ ହେବା ଦରକାର
  5. ଗୁଲାମିର ମାନସିକତାରୁ ମୁକ୍ତ ହୁଅନ୍ତୁ, ଦେଶର ଐତିହ୍ୟ ଉପରେ ଗର୍ବିତ ହୁଅନ୍ତୁ
  6. ଦେଶର ରାଜନୀତିକୁ ପରବାରବାଦରୁ ମୁକ୍ତି ମିଳୁ
  7. ସମ୍ୱିଧାନକୁ ସମ୍ମାନ କରାଯାଉ, ରାଜନୀତି ସ୍ୱାର୍ଥ ପାଇଁ ସମ୍ୱିଧାନକୁ ହତିଆର କରାନଯାଉ
  8. ସମ୍ୱିଧାନ ପ୍ରତି ସମର୍ପଣ ରଖି ଯେଉଁମାନଙ୍କୁ ସଂରକ୍ଷଣ ମିଳୁଛି, ସେମାନଙ୍କଠାରୁ ଛଡାଇ ନନିଆଯାଉ ଏବଂ ଧର୍ମ ଆଧାରରେ ସଂରକ୍ଷଣର ସବୁ ଉଦ୍ୟମ ଉପରେ ରୋକ ଲଗାଯାଉ
  9. ମହିଳାଙ୍କ ନେତୃତ୍ୱରେ ବିକାଶ ମାମଲାରେ ଭାରତ ଦୁନିଆରେ ଉଦହାରଣ ହେଉ
  10. ରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ...ଏହା ଆମର ବିକାଶ ମନ୍ତ୍ର
  11. ଏକ ଭାରତ, ଶ୍ରେଷ୍ଠ ଭାରତର ମନ୍ତ୍ର ସର୍ବୋପରି ହେଉ