Lok Sabha Election Result: ମଥୁରାରେ ପୁଣି ହ୍ୟାଟ୍ରିକ୍ ମାରିବେ ହେମା ମାଳିନୀ ?
ନୂଆଦିଲ୍ଲୀ ୦୪।୦୬: ସମସ୍ତ ଆଖି ଉତ୍ତରପ୍ରଦେଶର ଲୋକସଭା ଆସନ ଉପରେ । ମଥୁରା ଲୋକସଭା ଆସନ ପାଇଁ ଭୋଟ୍ ୨୬ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରିଛନ୍ତି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଅଛନ୍ତି। ଯିଏ ବିଜେପି ପକ୍ଷରୁ ତୃତୀୟ ଥର ପାଇଁ ମଥୁରାରୁ ଲଢୁଛନ୍ତି । ହେମା ମାଳିନୀ ମଥୁରାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ନିର୍ବାଚନରେ ଜିତିଛନ୍ତି। ଏଥି ସହିତ, ହେମା ମାଲିନି ମଧ୍ୟ ଏଥର ମଥୁରା ଆସନରେ ନିଜର ପ୍ରାଧାନ୍ୟ ବଜାୟ ରଖିବେ କି ନାହିଁ ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ । ହେମା ମାଳିନୀଙ୍କ ବ୍ୟତୀତ କଂଗ୍ରେସର ମୁକେଶ ଧଙ୍ଗର ଏବଂ ବିଏସପିର ସୁରେଶ ସିଂ ଏହି ନିର୍ବାଚନରେ ପ୍ରତିନ୍ଦ୍ଵନ୍ଦିତା କରିଛନ୍ତି। ଏହା ବ୍ୟତୀତ ରାଷ୍ଟ୍ରିୟ ସୋଶିତ ସମାଜ ପାର୍ଟିର ପ୍ରାର୍ଥୀ ସୁରେଶ ଚାନ୍ଦ, ରାଷ୍ଟ୍ରିୟ ସମତା ବିକାଶ ପାର୍ଟି ପ୍ରାର୍ଥୀ ଜଗଦୀଶ, ବାହୁଜନ ମୁଖୀ ପାର୍ଟି ପ୍ରାର୍ଥୀ କ୍ଷତ୍ରପାଲ ସିଂ, ସ୍ଵାଧିନ ପ୍ରାର୍ଥୀ ଯୋଗେଶ ତଲାନ, ସ୍ଵାଧିନ ପ୍ରାର୍ଥୀ ଶିଖା ଶର୍ମା, ରବି ଶର୍ମା ଯାଦବ, ସ୍ଵାଧୀନ ପ୍ରାର୍ଥୀ ରାକେଶ କୁମାର, ସ୍ଵାଧିନ ପ୍ରାର୍ଥୀ କମଲ ଶର୍ମା, ଭାନୁ ପ୍ରତାପ ସିଂ ଏବଂ ସ୍ଵାଧିନ ପ୍ରାର୍ଥୀ ମୁନି ଫାଲହରୀ ବାପୁଙ୍କ ସମେତ ୧୫ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏଥର ମଥୁରାରେ ୪୯.୪୯ ପ୍ରତିଶତ ଭୋଟ୍ ଦିଆଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ୬୧ ପ
ନୂଆଦିଲ୍ଲୀ ୦୪।୦୬: ସମସ୍ତ ଆଖି ଉତ୍ତରପ୍ରଦେଶର ଲୋକସଭା ଆସନ ଉପରେ । ମଥୁରା ଲୋକସଭା ଆସନ ପାଇଁ ଭୋଟ୍ ୨୬ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରିଛନ୍ତି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଅଛନ୍ତି। ଯିଏ ବିଜେପି ପକ୍ଷରୁ ତୃତୀୟ ଥର ପାଇଁ ମଥୁରାରୁ ଲଢୁଛନ୍ତି । ହେମା ମାଳିନୀ ମଥୁରାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ନିର୍ବାଚନରେ ଜିତିଛନ୍ତି। ଏଥି ସହିତ, ହେମା ମାଲିନି ମଧ୍ୟ ଏଥର ମଥୁରା ଆସନରେ ନିଜର ପ୍ରାଧାନ୍ୟ ବଜାୟ ରଖିବେ କି ନାହିଁ ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ । ହେମା ମାଳିନୀଙ୍କ ବ୍ୟତୀତ କଂଗ୍ରେସର ମୁକେଶ ଧଙ୍ଗର ଏବଂ ବିଏସପିର ସୁରେଶ ସିଂ ଏହି ନିର୍ବାଚନରେ ପ୍ରତିନ୍ଦ୍ଵନ୍ଦିତା କରିଛନ୍ତି। ଏହା ବ୍ୟତୀତ ରାଷ୍ଟ୍ରିୟ ସୋଶିତ ସମାଜ ପାର୍ଟିର ପ୍ରାର୍ଥୀ ସୁରେଶ ଚାନ୍ଦ, ରାଷ୍ଟ୍ରିୟ ସମତା ବିକାଶ ପାର୍ଟି ପ୍ରାର୍ଥୀ ଜଗଦୀଶ, ବାହୁଜନ ମୁଖୀ ପାର୍ଟି ପ୍ରାର୍ଥୀ କ୍ଷତ୍ରପାଲ ସିଂ, ସ୍ଵାଧିନ ପ୍ରାର୍ଥୀ ଯୋଗେଶ ତଲାନ, ସ୍ଵାଧିନ ପ୍ରାର୍ଥୀ ଶିଖା ଶର୍ମା, ରବି ଶର୍ମା ଯାଦବ, ସ୍ଵାଧୀନ ପ୍ରାର୍ଥୀ ରାକେଶ କୁମାର, ସ୍ଵାଧିନ ପ୍ରାର୍ଥୀ କମଲ ଶର୍ମା, ଭାନୁ ପ୍ରତାପ ସିଂ ଏବଂ ସ୍ଵାଧିନ ପ୍ରାର୍ଥୀ ମୁନି ଫାଲହରୀ ବାପୁଙ୍କ ସମେତ ୧୫ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି।
ଏଥର ମଥୁରାରେ ୪୯.୪୯ ପ୍ରତିଶତ ଭୋଟ୍ ଦିଆଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ୬୧ ପ୍ରତିଶତ ମତଦାନ ହୋଇଥିଲା। ତେବେ ଏଥର ଦେଖିବାକୁ ବାକି ରହିଲା ହେମା ମାଳିନୀ ମଥୁରାରେ ନିଜର ହ୍ୟାଟ୍ରିକ୍ ସ୍କୋର କରିବାକୁ ସମର୍ଥ ହେବେ କି ନାହିଁ । ଫଳାଫଳକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।