ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍
ଖୋର୍ଦ୍ଧା,୧୬ା୧୨: ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସୂଚନାନୁଯାୟୀ, ଗଞ୍ଜାମ ସୋରଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଚକାଡୋଳା ନାମକ ଯାତ୍ରୀବାହୀ ବସ୍ଟି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଘମାରୀ ନିକଟରେ ରାସ୍ତାକଡ଼ରେ ଥିବା ଏକ ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ରାତି ପ୍ରାୟ […] The post ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ appeared first on Dharitri Odia News.
ଖୋର୍ଦ୍ଧା,୧୬ା୧୨: ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।
ସୂଚନାନୁଯାୟୀ, ଗଞ୍ଜାମ ସୋରଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଚକାଡୋଳା ନାମକ ଯାତ୍ରୀବାହୀ ବସ୍ଟି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଘମାରୀ ନିକଟରେ ରାସ୍ତାକଡ଼ରେ ଥିବା ଏକ ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ରାତି ପ୍ରାୟ ଅଢ଼େଇଟା ସମୟରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତ। ବସ୍ ଜରୁରିକାଳୀନ ଗେଟ୍ ଦେଇ ଯାତ୍ରୀ ବାହାରକୁ ବାହାରିଥିଲେ। ଜଣେ ୧୨ ବର୍ଷ ନାବାଳକ ହାତ ତଳେ ଚାପି ହୋଇ ରହିଯାଇଥିଲା। ଜେସିବି ଲଗାଇ ବାହାର କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଯୁବକ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ବସ୍ରେ ପ୍ରାୟ ୬୦ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ଜଣେ ଶିଶୁ ସହ ୮ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାର କାରଣ କ’ଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା କୁହୁଡ଼ି କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
The post ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ appeared first on Dharitri Odia News.