ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ବସ୍‌ଟି ଭାରସାମ୍ୟ ହରାଇ ନାଳ ଭିତରକୁ ପସି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବସ୍‌ଟି ୨୦ଜଣ ଯାତ୍ରୀଙ୍କୁ ଧରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ […] The post ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌ appeared first on Dharitri Odia News.

ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ବସ୍‌ଟି ଭାରସାମ୍ୟ ହରାଇ ନାଳ ଭିତରକୁ ପସି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବସ୍‌ଟି ୨୦ଜଣ ଯାତ୍ରୀଙ୍କୁ ଧରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

The post ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌ appeared first on Dharitri Odia News.