‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା
ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଭିତରକନିକା-ଧାମରା ପାଖରେ ବାତ୍ୟା ‘ଦାନା’ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ବର୍ତ୍ତମାନ ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରେ […] The post ‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଭିତରକନିକା-ଧାମରା ପାଖରେ ବାତ୍ୟା ‘ଦାନା’ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ବର୍ତ୍ତମାନ ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରେ ଆକଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଆରମ୍ଭ ହୋଇଯାଇଛି। ସମୟ କ୍ରମେ ଏହା ବଢି ରାଜଧାନୀରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ ବାତ୍ୟା ଲ୍ୟାଣ୍ଡଫଲ ପରେ ସାମାନ୍ୟ ରିକର୍ଭ କରିପାରେ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଲ୍ୟାଣ୍ଡଫଲ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ଏପରିକି ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଟିଣ ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଏବଂ ଭଦ୍ରକରେ ବାତ୍ୟାରେ ଅଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
The post ‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା appeared first on Dharitri Odia News.