ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ
ଅଭିନେତ୍ରୀ କ୍ରିତି ସାନନ ଅଭିନୟ ସହ ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ନିକଟରେ ସେ ତାଙ୍କ ଫିଲ୍ମ ‘ଦି କ୍ରୁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କରୀନା କପୁର ଏବଂ ତବୁ ପ୍ରମୁଖ ଅଭିନୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ କ୍ରିତି କ୍ୟାରିୟର ଆରମ୍ଭ କଥା ମନେପକାଇ କହିଛନ୍ତି, ତାଙ୍କର ପ୍ରଥମ ଫିଲ୍ମ ହିରୋପନ୍ଥି ପରେ ଲୋକମାନେ ତାଙ୍କୁ ଟାଇଗର ଶ୍ରଫଙ୍କ ଫିଲ୍ମରେ ନଜର ଆସିଥିବା ଝିଅ ବୋଲି […] The post ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ appeared first on Dharitri Odia News.
ଅଭିନେତ୍ରୀ କ୍ରିତି ସାନନ ଅଭିନୟ ସହ ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ନିକଟରେ ସେ ତାଙ୍କ ଫିଲ୍ମ ‘ଦି କ୍ରୁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କରୀନା କପୁର ଏବଂ ତବୁ ପ୍ରମୁଖ ଅଭିନୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ କ୍ରିତି କ୍ୟାରିୟର ଆରମ୍ଭ କଥା ମନେପକାଇ କହିଛନ୍ତି, ତାଙ୍କର ପ୍ରଥମ ଫିଲ୍ମ ହିରୋପନ୍ଥି ପରେ ଲୋକମାନେ ତାଙ୍କୁ ଟାଇଗର ଶ୍ରଫଙ୍କ ଫିଲ୍ମରେ ନଜର ଆସିଥିବା ଝିଅ ବୋଲି କହୁଥିଲେ। କେବଳ ଏତିକି ନୁହେଁ,ତାଙ୍କୁ ଟାଇଗର ଦିଦି ବୋଲି କହୁଥିଲେ। କାରଣ ଟାଇଗରଙ୍କୁ ପୂର୍ବରୁ ଲୋକେ ଜାଣିଥିଲେ, କାରଣ ସେ ଜଣେ ଷ୍ଟାରକିଡ। ଏହି ପିଲ୍ମ ପୂର୍ବରୁ ତାଙ୍କୁ କେହି ଜାଣି ନ ଥିଲେ। ଇଞ୍ଜିନିୟରିଂ ପରେ ସେ ବଲିଉଡ୍କୁ ଆସିଥିଲି। ଏଠାକୁ ଆସିବା ଏବଂ ପରିଚୟ ସୃଷ୍ଟି ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି।
ବଲିଉଡରେ ଭିତର ତଥା ବାହାର ଲୋକଙ୍କ ବିତର୍କରେ କ୍ରିତି ଶାହାରୁଖଙ୍କ ଉଦାହରଣ ଦେଇଛନ୍ତି। ତାଙ୍କ ପରି ଶାହରୁଖ ମଧ୍ୟ ଦିଲ୍ଲୀର ଜଣେ ବାଳକ ଯିଏ,ଅଭିନୟ କରିବାକୁ ମୁମ୍ବାଇ ଆସିଥିଲେ। ଶାହରୁଖ ଖାନ ଜଣେ ସମ୍ପୂର୍ଣ୍ଣ ବାହ୍ୟ ବ୍ୟକ୍ତି ଏବଂ ଏହି ବିତର୍କକୁ ଶେଷ କରିବା ପାଇଁ ଏକ ବଡ ନାମ। ତେଣୁ ଲୋକଙ୍କ ଭିତରେ ନିଜର ପରିଚୟ ସୃଷ୍ଟି କରିବାକୁ ସମୟ ଲାଗେ ବୋଲି କୁହନ୍ତି କ୍ରିତି।
କ୍ରିତିଙ୍କୁ ‘କ୍ରୁ’ ପରେ ‘ଦୋ ପତି’ରେ ଦେଖିବାକୁ ମିଳିବ। ‘କ୍ରୁ’ ନିର୍ଦ୍ଦେଶନା ଦେଇଛନ୍ତି ରିୟା କପୁର। ଏହାସହ ଫିଲ୍ମଟି ଏକତା କପୁରଙ୍କ ଦ୍ୱାରା ନିର୍ମିତ ହୋଇଛି। କ୍ରିତି ସାନନ ‘ଦୋ ପତି’ ଫିଲ୍ମରେ ଅଭିନୟ ସହ ପ୍ରଯୋଜନା ମଧ୍ୟ କରୁଛନ୍ତି।
The post ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ appeared first on Dharitri Odia News.