ଆଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେବାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍‌ ଗୋପାଳପୁର ବନ୍ଦରକୁ ଘରୋଇକରଣ ସହ ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍‌କୁ ଦିଆଯିବା ନେଇ ଅନୁମୋଦନ କରିଛି। ରାଜ୍ୟରେ ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ପେଣ୍ଠସ୍ଥଳୀ ଗଞ୍ଜାମ ଜିଲାରେ ଅବସ୍ଥିତ ଗୋପାଳପୁର ବନ୍ଦର ଅଣଓଡ଼ିଆଙ୍କୁ ଟେକିଦେବା ଓଡିଶାର ସ୍ବାର୍ଥ ବିରୋଧୀ କହି ସମାଜବାଦୀ ପାର୍ଟି କଡ଼ା ସମାଲୋଚନା କରିଛି। ବିଲ୍ଡ-ଅପରେଟ୍‌-ଓନ୍‌-ଟ୍ରାନ୍ସଫର୍‌(ବୁଟ୍‌) ମଡେଲ ଅଧୀନରେ କାର୍ଯ୍ୟ କରୁଥିବା ଏହି ବନ୍ଦରଟି ଓଡ଼ିଶାର ଅର୍ଥନୀତି ପାଇଁ ଏକ […] The post ଆଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେବାକୁ ନେଇ ତେଜିଲା ରାଜନୀତି appeared first on Dharitri Odia News.

ଆଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେବାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍‌ ଗୋପାଳପୁର ବନ୍ଦରକୁ ଘରୋଇକରଣ ସହ ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍‌କୁ ଦିଆଯିବା ନେଇ ଅନୁମୋଦନ କରିଛି। ରାଜ୍ୟରେ ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ପେଣ୍ଠସ୍ଥଳୀ ଗଞ୍ଜାମ ଜିଲାରେ ଅବସ୍ଥିତ ଗୋପାଳପୁର ବନ୍ଦର ଅଣଓଡ଼ିଆଙ୍କୁ ଟେକିଦେବା ଓଡିଶାର ସ୍ବାର୍ଥ ବିରୋଧୀ କହି ସମାଜବାଦୀ ପାର୍ଟି କଡ଼ା ସମାଲୋଚନା କରିଛି। ବିଲ୍ଡ-ଅପରେଟ୍‌-ଓନ୍‌-ଟ୍ରାନ୍ସଫର୍‌(ବୁଟ୍‌) ମଡେଲ ଅଧୀନରେ କାର୍ଯ୍ୟ କରୁଥିବା ଏହି ବନ୍ଦରଟି ଓଡ଼ିଶାର ଅର୍ଥନୀତି ପାଇଁ ଏକ ପ୍ରମୁଖ ଭିତ୍ତିଭୂମି ଭାବେ ଗଣାଯାଏ। ରାଜ୍ୟରେ ଭାଜପା ଶାସନକୁ ଆସିବା ପରେ ଡବଲ ଇଞ୍ଜିନ ଏବଂ ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ଅଣଓଡ଼ିଆ କମ୍ପାନୀକୁ ଓଡ଼ିଶାର ବନ୍ଦର ବିକିଦେବା ବହୁ କୋଟି ଓଡ଼ିଆଙ୍କ ସ୍ବାର୍ଥ ବିରୋଧୀ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ଅଭିଯୋଗ କରିଛି। ଏଭଳି ଏକ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ରାଜ୍ୟର ସମସ୍ତ ଓଡ଼ିଆ ଗଣ ଆନ୍ଦୋଳନ କରିବାକୁ ରାଜ୍ୟ ସଭାପତି ଶିବ ହାତୀ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ରିମୋଟରେ ଚାଲୁଥିବା ରାଜ୍ୟ ସରକାର ଓଡ଼ିଶାର ଖଣି, ପାଣି, ଜଙ୍ଗଲ ଜମି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକ ସହ ବିଜୁ ବିମାନ ବନ୍ଦରକୁ ଅଣଓଡ଼ିଆ କମ୍ପାନୀଗୁଡିକୁ ଟେକିଦେଇ ଓଡିଶାକୁ ଲୁଟିବା ଆରମ୍ଭ କରିଛି। ରାଜ୍ୟର ସାମୁଦ୍ରିକ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୋପାଳପୁର ବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଦାନୀ ଗ୍ରୁପ୍‌କୁ ବନ୍ଦରର ଅଧିକାଂଶ ଅଂଶଧନ ପ୍ରଦାନକୁ ଅନୁମତି ଦେବା ନିଷ୍ପତ୍ତି ଦ୍ୱାରା ରାଜ୍ୟର ସମ୍ପତ୍ତି ଏବେ ଅନ୍ୟ ରାଜ୍ୟକୁ ଚାଲିଯିବ। ଅଣ ଓଡ଼ିଆମାନେ ଆସି ରାଜ୍ୟରେ ପ୍ରଭାବ ବିସ୍ତାର କରିବେ। ଫଳରେ ଓଡ଼ିଶାର ଓଡ଼ିଆ ଅସ୍ମିତା ନଷ୍ଟହୋଇଯିବ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି।

The post ଆଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେବାକୁ ନେଇ ତେଜିଲା ରାଜନୀତି appeared first on Dharitri Odia News.