ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ

କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ ସ୍କୁଟି ଯୋଗେ କୋରାପୁଟ ଆସୁଥିଲେ। ହେଲେ ବାଟରେ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି କୋଲାବ ଜଳଭଣ୍ଡାରକୁ ଡେଇଁ ପଡିଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। କାହିଁକି […] The post ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.

ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ

କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ ସ୍କୁଟି ଯୋଗେ କୋରାପୁଟ ଆସୁଥିଲେ। ହେଲେ ବାଟରେ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି କୋଲାବ ଜଳଭଣ୍ଡାରକୁ ଡେଇଁ ପଡିଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। କାହିଁକି ଯୁବକ ଜଣକ ଜଳଭଣ୍ଡାରକୁ ଡେଇଁ ପଡିଲେ କାରଣ ଜଣାପଡ଼ି ନାହିଁ।

The post ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.