ଟିମ୍‌ ଇଣ୍ଡିଆକୁ ଏହି କୋଚ୍‌ ଦେଇଥିଲେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ, ବଡ଼ ଖୁଲାସା

ନୂଆଦିଲ୍ଲୀ,୧୨।୯: ଆଶ୍ଚର୍ଯ୍ୟଜନକ ଲାଗୁଛି ଯେ, ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟରେ ଦଳର କୋଚ୍‌ ଖେଳାଳିମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଉଥିଲେ। ଏପରି ଘଟଣା ଘଟିଛି ଟିମ୍‌ ଇଣ୍ଡିଆରେ ଯାହା ଏବେ ଖୁଲାସା ହୋଇଛି। ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଏହି ପରାମର୍ଶ ଦେଇଥିବା କୋଚ ନିଜେ ଏହାର ଖୁଲାସା କରିଛନ୍ତି। ଦଳର ପୂର୍ବତନ କୋଚ ଏକ ଆଲୋଚନାରେ ଯୋଗଦେଇ ଏପରି ପରାମର୍ଶର ନିଜେ ଖୁଲାସା କରିଛନ୍ତି। ସେ ଖେଳାଳିମାନଙ୍କୁ ମ୍ୟାଚ ପୂର୍ବରୁ ସେକ୍ସ କରିବାକୁ ପରାମର୍ଶ […] The post ଟିମ୍‌ ଇଣ୍ଡିଆକୁ ଏହି କୋଚ୍‌ ଦେଇଥିଲେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ, ବଡ଼ ଖୁଲାସା appeared first on Dharitri Odia News.

ଟିମ୍‌ ଇଣ୍ଡିଆକୁ ଏହି କୋଚ୍‌ ଦେଇଥିଲେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ, ବଡ଼ ଖୁଲାସା

ନୂଆଦିଲ୍ଲୀ,୧୨।୯: ଆଶ୍ଚର୍ଯ୍ୟଜନକ ଲାଗୁଛି ଯେ, ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟରେ ଦଳର କୋଚ୍‌ ଖେଳାଳିମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଉଥିଲେ। ଏପରି ଘଟଣା ଘଟିଛି ଟିମ୍‌ ଇଣ୍ଡିଆରେ ଯାହା ଏବେ ଖୁଲାସା ହୋଇଛି। ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଏହି ପରାମର୍ଶ ଦେଇଥିବା କୋଚ ନିଜେ ଏହାର ଖୁଲାସା କରିଛନ୍ତି। ଦଳର ପୂର୍ବତନ କୋଚ ଏକ ଆଲୋଚନାରେ ଯୋଗଦେଇ ଏପରି ପରାମର୍ଶର ନିଜେ ଖୁଲାସା କରିଛନ୍ତି। ସେ ଖେଳାଳିମାନଙ୍କୁ ମ୍ୟାଚ ପୂର୍ବରୁ ସେକ୍ସ କରିବାକୁ ପରାମର୍ଶ ଦେଉଥିଲେ।

୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଓ୍ବାନଡେ ବିଶ୍ୱକପ ଟାଇଟଲ ଜିତିଥିଲା। ସେହି ସମୟରେ ଟିମ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ ପ୍ୟାଡି ଅପ୍ଟନ ଥିଲେ। ରିପୋର୍ଟ ଅନୁଯାୟୀ, ପ୍ୟାଡି ଅପଟନ ତାଙ୍କ ପୁସ୍ତକ ଦି ବେଆରଫୁଟ୍‌ କୋଚ’ରେ ପ୍ରକାଶ କରିଛନ୍ତି ଯେ, ୨୦୧୧ ଦିନିକିଆ ବିଶ୍ୱକପ ସମୟରେ ସେ ଭାରତୀୟ ଖେଳାଳିଙ୍କୁ ମ୍ୟାଚ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ତେବେ ତାଙ୍କ ପରାମର୍ଶରେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କିର୍ଷ୍ଟେନ ରାଗି ଯାଇଥିଲେ। ପରେ ଅପ୍ଟନ ଗ୍ୟାରିଙ୍କୁ କ୍ଷମା ମାଗିବାକୁ ପଡିଲା

The post ଟିମ୍‌ ଇଣ୍ଡିଆକୁ ଏହି କୋଚ୍‌ ଦେଇଥିଲେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ, ବଡ଼ ଖୁଲାସା appeared first on Dharitri Odia News.