‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର ଇଲେକ୍ଟ୍ରି ଭେହିକଲ (ଇଭି) ମଡେଲ ‘ବିଇ ୬ଇ’ କୁ ନେଇ ଟ୍ରେଡ୍‌ମାର୍କ ବିବାଦ ଦେଖାଦେଇଛି। ଗୋଟିଏପଟରେ ମହିନ୍ଦ୍ରା ‘୬ଇ’ ଟ୍ରେଡ୍‌ମାର୍କକୁ ନେଇ ଦୃଢ ଭାବେ ଦାବି କରୁଥିବାବେଳେ ଅପରପକ୍ଷରେ ଇଣ୍ଡିଗୋ ମଧ୍ୟ ଏହି ଟ୍ରେଡ୍‌ମାର୍କକୁ ନିଜ ବ୍ରାଣ୍ଡିଂ ଡିଜାଇନ ବୋଲି ଯୁକ୍ତି ବାଢିଛି। ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି […] The post ‘୬ଇ ଟ୍ରେଡ୍‌ମାର୍କ କାହାର’ appeared first on Dharitri Odia News.

‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର ଇଲେକ୍ଟ୍ରି ଭେହିକଲ (ଇଭି) ମଡେଲ ‘ବିଇ ୬ଇ’ କୁ ନେଇ ଟ୍ରେଡ୍‌ମାର୍କ ବିବାଦ ଦେଖାଦେଇଛି। ଗୋଟିଏପଟରେ ମହିନ୍ଦ୍ରା ‘୬ଇ’ ଟ୍ରେଡ୍‌ମାର୍କକୁ ନେଇ ଦୃଢ ଭାବେ ଦାବି କରୁଥିବାବେଳେ ଅପରପକ୍ଷରେ ଇଣ୍ଡିଗୋ ମଧ୍ୟ ଏହି ଟ୍ରେଡ୍‌ମାର୍କକୁ ନିଜ ବ୍ରାଣ୍ଡିଂ ଡିଜାଇନ ବୋଲି ଯୁକ୍ତି ବାଢିଛି। ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ଓ ତିକ୍ତତା ବଢୁଥିବାବେଳେ ‘୬ଇ’ ଟ୍ରେଡ୍‌ମାର୍କ କାହାର ବୋଲି ଏକ ଆପୋସ ସମାଧାନ ଦାବି (ଆମକେବୁଲ ସଲ୍ୟୁଶନ)ଉଭୟଙ୍କ ପକ୍ଷରୁ କରାଯାଉଛି।
ସେହିଭଳି ମହିନ୍ଦ୍ରା ଇଭି ମଡେଲ ବିଇ୬ଇର ଡିଜାଇନ ସମ୍ପୂର୍ଣ୍ଣ ଭାବେ ଇଣ୍ଡିଗୋର ‘୬ଇ’ ଡିଜାଇନଠାରୁ ଭିନ୍ନ ରହିଛି। ଏ ନେଇ କମ୍ପାନୀ ମନରେ ଯଦି କୌଣସି ଦ୍ୱନ୍ଦ୍ୱ ଓ ସନ୍ଦେହ ରହିଛି, ତା’ହେଲେ ସେମାନେ ତୃତୀୟ ପକ୍ଷର ଆଶ୍ରୟ ନେଇପାରିବେ। ଏପରିକି ଆମର କୌଣସି ପ୍ରକାର ଅଭିଯୋଗ କିମ୍ବା ବ୍ରାଣ୍ଡର ମୂଲ୍ୟବୋଧକୁ ହ୍ରାସ କରିବାର ଉଦ୍ଦେଶ୍ୟ ନାହିଁ। ସେହିପରି ଇଣ୍ଡିଗୋର କହିବା ଅନୁଯାୟୀ ଦୀର୍ଘ ୧୬ ବର୍ଷ ତଳେ ଆମେ ଏହି ବ୍ରାଣ୍ଡ ଡିଜାଇନ ‘୬ଇ’କୁ ବାଣିଜ୍ୟକ ପଞ୍ଜୀକରଣ ସହ ବୈଶ୍ୱିକ ସ୍ବୀକୃତି ମଧ୍ୟ ହାସଲ କରିଛୁ। ଦୀର୍ଘ ବର୍ଷ ହେବ ଏହି ଡିଜାଇନରେ ଆମେ ସେବା ଯୋଗାଇ ଆସିଛୁ। ଆମେ ଏହି ଡିଜାଇନ ସହ ଉଭୟ ସେବା ଓ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛୁ।

The post ‘୬ଇ ଟ୍ରେଡ୍‌ମାର୍କ କାହାର’ appeared first on Dharitri Odia News.