ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ସେଲ (SAIL) ଆର୍‌.ଏସ.ପି (Rourkela Steel Plant) ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ, ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ ଆର୍‌.ଏସ.ପି ପରିଚାଳିତ ବରସୁଆଁ ଲୌହ ଖଣି ବରସୁଆଁ ଭେଲି କ୍ରସର୍‌ ଟେଲିଙ୍ଗଡ୍ୟାମରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବରସୁଆଁ ଖଣି ପକ୍ଷରୁ ଷ୍ଟାକ (stack) ପ୍ରସ୍ତୁତ କରାଯାଇଥାଏ। […] The post ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ appeared first on Dharitri Odia News.

ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ସେଲ (SAIL) ଆର୍‌.ଏସ.ପି (Rourkela Steel Plant) ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ, ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ ଆର୍‌.ଏସ.ପି ପରିଚାଳିତ ବରସୁଆଁ ଲୌହ ଖଣି ବରସୁଆଁ ଭେଲି କ୍ରସର୍‌ ଟେଲିଙ୍ଗଡ୍ୟାମରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବରସୁଆଁ ଖଣି ପକ୍ଷରୁ ଷ୍ଟାକ (stack) ପ୍ରସ୍ତୁତ କରାଯାଇଥାଏ। ପରେ ଖଣି ବିଭାଗ ଦାରା ଉକ୍ତ ଷ୍ଟାକର ମାନ ନିରୂପଣ କରି ସେଲ ପକ୍ଷରୁ ଷ୍ଟାକ ବାବଦ ରାଜସ୍ବ ପଇଠ କରାଯିବା ପରେ ଉକ୍ତ ଷ୍ଟାକକୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ।
ତେବେ ଅନେକ ସମୟ ରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକକୁ ଉଚ୍ଚ ମାନର ଦର୍ଶାଇଥିବା ବେଳେ ଉକ୍ତ ଷ୍ଟାକକୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ। ଏହି ବିଷୟ ସେଲର ଭିଜିଲାନ୍ସ ବିଭାଗ ନଜରରେ ଆସିବା ପରେ ଏହା ଶହ ଶହ କୋଟି ଟଙ୍କାର ହେର୍‌ଫେର ହୋଇଥିବା ନେଇ ସେଲର ଭିଜିଲାନ୍ସ ବିଭାଗ ସିବିଆଇକୁ କେସ ହସ୍ତାନ୍ତର କରିଥିଲା l ପରିଣାମ ସ୍ବରୂପ ଏବେ ୩ ଦିନ ହେବ ସିବିଆଇ ସେଲ ଭିଜିଲାନ୍ସ ସହ ମିଳିତ ଭାବେ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଆରମ୍ଭ କରିଛି l ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକାଯାଇଛି।
ଏଥିରେ ତତ୍କାଳୀନ ବରସୁଆଁ ସେଲ ଚିଫ ଜେନେରାଲ ମ୍ୟାନେଜର ତଥା ଅବସର ପ୍ରାପ୍ତ ଆର୍‌ଏସପି ଏକଜିକ୍ୟୁଟିଭ ଡାଇରେକ୍ଟର ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍‌ ମଣ୍ଡଲ , ପି.ସି ବରୁଆଙ୍କୁ ନୋଟିସ ହୋଇଥିବାରୁ ସେମାନେ ସମସ୍ତେ ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି।

The post ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ appeared first on Dharitri Odia News.