ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ। ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହେବା ଘଟଣାକୁ ନେଇ ତୁମ୍ବି ତୋଫାନ ଥମି ନ ଥିବା ବେଳେ ରବିବାର ଗେଲପୁରସ୍ଥିତ ମାତୃ ଶିଶୁ ବିଭାଗ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଦୁଇ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ବାଲେଶ୍ୱର ଜିଲା ସିମୁଳିଆ ଥାନା […] The post ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା appeared first on Dharitri Odia News.
ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ। ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହେବା ଘଟଣାକୁ ନେଇ ତୁମ୍ବି ତୋଫାନ ଥମି ନ ଥିବା ବେଳେ ରବିବାର ଗେଲପୁରସ୍ଥିତ ମାତୃ ଶିଶୁ ବିଭାଗ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଦୁଇ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅମରିଆ ଅଗ୍ନିପୁରର ମନୋଜ ମହାଳିକଙ୍କ ଶିଶୁପୁତ୍ର ଅସୁସ୍ଥ ହେବାରୁ ସକାଳେ ପ୍ରଥମେ ଏକ କ୍ଲିନିକ୍ରେ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ମାତୃ, ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। ମେଡିକାଳରେ ଭର୍ତ୍ତି ହେବାର ଅଧଘଣ୍ଟାଏ ଭିତରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ମେଡିକାଲରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ ଷ୍ଟାପ୍ନର୍ସ ଶିଶୁଟିକୁ ଚିକିତ୍ସା କରିଥିଲେ।
ଏପରିକି ଘରୋଇ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ଅନୁସାରେ ଷ୍ଟାପ ନର୍ସ ଜଣକ ଚିକିତ୍ସା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ଚିକିତ୍ସା ଅବହେଳାକୁ ସେମାନେ ଦାୟୀ କରିଛନ୍ତି। ଶିଶୁର ମୃତ୍ୟୁ ପରେ ଡାକ୍ତର ପହଞ୍ଚି ଥିବା କହିଛନ୍ତି ପରିବାର ଲୋକେ।
ଶିଶୁ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଚିକିତ୍ସାରେ କୌଣସି ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା appeared first on Dharitri Odia News.