କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ…

ଲକ୍ଷ୍ନୌ,୮।୧ : ରାମ ମନ୍ଦିର ଅଯୋଧ୍ୟା ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସମଗ୍ର ଦେଶରେ ରାମ ଭକ୍ତ ତଥା ଲୋକେ ବେଶ ଉତ୍ସାହ ଅଛନ୍ତି। ରାମ ଭକ୍ତ ଏବଂ କଳାକାରମାନେ ବିଭିନ୍ନ ଉପାୟରେ ନିଜର ବିଶ୍ୱାସ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶର ହାପୁର ନିବାସୀ ପ୍ରଫେସର ଅଜୟ କୁମାର ମିତ୍ତଲଙ୍କ ରାମ ମନ୍ଦିର ଏବଂ ରାମଲାଲା ଉପରେ ଏପରି ଅଦମ୍ୟ ବିଶ୍ୱାସ ରହିଛି, ଯାହାକୁ ସେ ତାଙ୍କ କଳାକୃତିରେ ଦର୍ଶାଇଛନ୍ତି। ପ୍ରଫେସର ଅଜୟ ଏପରି ଏକ ପେଣ୍ଟିଂ […] The post କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ… appeared first on Dharitri Odia News.

କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ…

ଲକ୍ଷ୍ନୌ,୮।୧ : ରାମ ମନ୍ଦିର ଅଯୋଧ୍ୟା ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସମଗ୍ର ଦେଶରେ ରାମ ଭକ୍ତ ତଥା ଲୋକେ ବେଶ ଉତ୍ସାହ ଅଛନ୍ତି। ରାମ ଭକ୍ତ ଏବଂ କଳାକାରମାନେ ବିଭିନ୍ନ ଉପାୟରେ ନିଜର ବିଶ୍ୱାସ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶର ହାପୁର ନିବାସୀ ପ୍ରଫେସର ଅଜୟ କୁମାର ମିତ୍ତଲଙ୍କ ରାମ ମନ୍ଦିର ଏବଂ ରାମଲାଲା ଉପରେ ଏପରି ଅଦମ୍ୟ ବିଶ୍ୱାସ ରହିଛି, ଯାହାକୁ ସେ ତାଙ୍କ କଳାକୃତିରେ ଦର୍ଶାଇଛନ୍ତି। ପ୍ରଫେସର ଅଜୟ ଏପରି ଏକ ପେଣ୍ଟିଂ କରିଛନ୍ତି ଯାହା ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି। ଏହି ନିଆରା କଳା ପାଇଁ ପ୍ରଫେସରଙ୍କ ନାମରେ ଏକ ରେକର୍ଡ ମଧ୍ୟ ପଞ୍ଜିକୃତ ହୋଇଛି ।

ବାସ୍ତବରେ, ହାପୁରର ଶାନ୍ତି ସ୍ବରୂପ କୃଷି ଇଣ୍ଟର କଲେଜରେ କାର୍ଯ୍ୟ କରୁଥିବା ପ୍ରଫେସର ଅଜୟ କୁମାର ମିତ୍ତଲ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ଶ୍ରୀ ରାମଚରିତମାନସକୁ ଏକ ଗ୍ଲାସ ପ୍ଲେଟରେ ଖୋଦିତ କରଛନ୍ତି। ସେ ଏକ ଗ୍ଲାସ ପ୍ଲେଟର ଗୋଟିଏ ପାର୍ଶ୍ୱକୁ ଅକ୍ସାଇଡରେ ଆବୃତ କରିଥିଲେ ଏବଂ ଏହା ଉପରେ ୩୦୦ ଟି ଧାଡି ଖୋଦନ କରି ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି। ଏହା ଦେଶର ସବୁଠାରୁ ଛୋଟ ଶ୍ରୀ ରାମଚରିତମାନ ବୋଲି କୁହାଯାଉଛି। ଏହି କଳା ପାଇଁ ପ୍ରଫେସର ଅଜୟଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡରେ ମଧ୍ୟ ପଞ୍ଜୀକୃତ ହୋଇଛି, ଯେଉଁଥିପାଇଁ ସେ ଏକ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି। ପ୍ରଫେସର ଅଜୟଙ୍କ ସ୍ବପ୍ନ ହେଉଛି ଏହି ରାମଚରିତମାନସକୁ ଅଯୋଧ୍ୟା ରାମ ମନ୍ଦିରରେ ଉତ୍ସର୍ଗ କରିବା।

 

The post କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ… appeared first on Dharitri Odia News.