କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍ରୁ ଚଳାଇବି ସରକାର!
ନୂଆଦିଳ୍ଲୀ,୨୩।୫: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ କେଜରିଓ୍ବାଲ କହିଛନ୍ତି କି, ଜେଲରୁ ସରକାର ଚଳାଇବାକୁ କୋର୍ଟଙ୍କ ଅନୁମତି ମାଗିବି। ଯଦି ମୁଁ ଇସ୍ତଫା ଦିଏ, ତେବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରଙ୍କୁ ମଉକା ମିଳିଯିବ। ଗଣତନ୍ତ୍ର […] The post କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍ରୁ ଚଳାଇବି ସରକାର! appeared first on Dharitri Odia News.
ନୂଆଦିଳ୍ଲୀ,୨୩।୫: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ କେଜରିଓ୍ବାଲ କହିଛନ୍ତି କି, ଜେଲରୁ ସରକାର ଚଳାଇବାକୁ କୋର୍ଟଙ୍କ ଅନୁମତି ମାଗିବି। ଯଦି ମୁଁ ଇସ୍ତଫା ଦିଏ, ତେବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରଙ୍କୁ ମଉକା ମିଳିଯିବ। ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହେବ।
କହିରଖୁଛୁ କି, ମାର୍ଚ୍ଚ ୨୧ରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି (ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ) ଗିରଫ କରିଥିଲା। ସେବେଠାରୁ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଆସୁଛି। ଏହି କ୍ରମରେ ସେ କହିଛନ୍ତି, ଆମ ଦଳ ୨୦୧୫ ବିଧାନସଭା ନିର୍ବାଚନରେ ୬୭ ଟି ଏବଂ ୨୦୨୦ ନିର୍ବାଚନରେ ୬୨ ଟି ସିଟ ପାଇଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ ଯେ, ମୋତେ ଦିଲ୍ଲୀରେ ପରାସ୍ତ କରିପାରିବେ ନାହିଁ, ସେତେବେଳେ ସେ ମୋତେ ଗିରଫ କରିବାକୁ ଷଡଯନ୍ତ୍ର କରିଥିଲେ। ସେମାନେ ମୋତେ ଗିରଫ କଲେ ଯାହାଦ୍ୱାରା ମୁଁ ଇସ୍ତଫା ଦେଇଦେବି। କିନ୍ତୁ, ମୁଁ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେବି ନାହିଁ । ଏକ୍ସାଇଜ ପଲିସି ସହିତ ଜଡିତ ମାମଲା ନକଲି ଅଟେ।
The post କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍ରୁ ଚଳାଇବି ସରକାର! appeared first on Dharitri Odia News.