ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ
ଲୋଇସିଂହା,୨୧।୮(ସୁଶାନ୍ତ ବାରିକ): ଉପବର୍ଗୀ କରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରା ନ ଯିବା ପ୍ରତିବାଦ ବୁଧବାର ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ୨୬ ନମୱର ଜାତୀୟ ରାଜପଥ ଲୋଇସିଂହା ସ୍ଥିତ କଲେଜ ଛକ ଓ ପଦ୍ମପୁର ଚାରିଛକ ଠାରେ ଆନ୍ଦୋଳନକାରୀ ସକାଳ ୭ଟାରୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାଛଡା ଆନ୍ଦୋଳନକାରୀ ପିକେଟିଂ କରି […] The post ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ appeared first on Dharitri Odia News.
ଲୋଇସିଂହା,୨୧।୮(ସୁଶାନ୍ତ ବାରିକ): ଉପବର୍ଗୀ କରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରା ନ ଯିବା ପ୍ରତିବାଦ ବୁଧବାର ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ୨୬ ନମୱର ଜାତୀୟ ରାଜପଥ ଲୋଇସିଂହା ସ୍ଥିତ କଲେଜ ଛକ ଓ ପଦ୍ମପୁର ଚାରିଛକ ଠାରେ ଆନ୍ଦୋଳନକାରୀ ସକାଳ ୭ଟାରୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାଛଡା ଆନ୍ଦୋଳନକାରୀ ପିକେଟିଂ କରି ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଆଦି ବନ୍ଦ କରିଥିବା ଜଣାଯାଇଛି। ପଦ୍ମପୁର ଚାରିଛକରେ ଲୋଇସିଂହା,ବୁର୍ଡା, ବାଞ୍ଜିପାଲି, ନଅଗାଁ (ଖ) ଆଦି ଅଞ୍ଚଳର ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ହେଲେ ଏଠାରେ ପୂର୍ବାହ୍ନ ସମୟରେ ଜରୁରୀ ସେବାକୁ ଛାଡ଼ି ବାଇକ ଆରୋହୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଫଳରେ ସାଧାରଣ ଯାତ୍ରୀ ଓ ବିକ୍ଷୋଭକାରୀ ମଧ୍ୟ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହାକୁ ସ୍ଥାନୀୟ ଜଣେ ସ୍ଥାନୀୟ ଦଳିତ ନେତା ବିରୋଧର କରିବାରୁ ଉଭୟ ପକ୍ଷ ମଧ୍ୟରେ ବାକ ଯୁଦ୍ଧ ଦେଖିବାକୁ ମିଳିଥିଲା। ଏହାର ଏଠାରେ ନେତୃତ୍ୱ ନେଉଥିବା ଜଣେ ଯୁବକ ସେଠାରେ ଲାଗି ଥିବା ବ୍ୟାନରକୁ ଖୋଲି ଦେଇଥିଲେ।
ଏହି ସୂଚନା ପାଇ କଲେଜ ଛକ ଆନ୍ଦୋଳନକାରୀ ସେଠାକୁ ଆସି ବାଇକ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିବାସ୍ଥଳେ କାହିଁକି ଏଠାରେ ଛାଡ଼ୁନାହିଁ । ପାତରଅନ୍ତର କରି ବାଇକ ଛଡାଯାଉଛି କହି ଉଭୟ ପକ୍ଷରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଥିବା ଦେଖିବାକୁ ମିଳିଥିଲା। ଏପରିକି ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିବା ପ୍ରତକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି।
The post ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ appeared first on Dharitri Odia News.