ଚେକିଂ ବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ
ଲୋଇସିଂହା,୮।୨(ସୁଶାନ୍ତ ବାରିକ):ଗୁରୁବାର ରାତିରେ ବଲାଙ୍ଗୀର ଜିଲା ଆଗଲପୁର ପୋଲିସ ପକ୍ଷରୁ ଏମଭିଆଇ ଚେକିଂ ବେଳେ କେତେଜଣ ବ୍ୟକ୍ତି ପୋଲିସକୁ ସଂଘବଦ୍ଧ ଆକ୍ରମଣ କରିଥିବା ଜଣାଯାଇଛି। ଏଥିରେ ୨ ଜଣ ପୋଲିସ କର୍ମଚାରୀ ମୁନା ନାଏକ ଓ ବନବିହାରୀ ପଟେଲ ଗୁରୁତର ହୋଇଛନ୍ତି। ଆକ୍ରମଣରେ ବନବିହାରୀଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ରହିଛି। ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ଚିକିତ୍ସା ଚାଲିଛି। ଲୋଇସିଂହା ବନ ରେଞ୍ଜ ତଥା ଆଗଲପୁର ବ୍ଲକ ଉପରବାହାଲ ପଞ୍ଚାୟତ ଫଟମୁଣ୍ଡା […] The post ଚେକିଂ ବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.
ଲୋଇସିଂହା,୮।୨(ସୁଶାନ୍ତ ବାରିକ):ଗୁରୁବାର ରାତିରେ ବଲାଙ୍ଗୀର ଜିଲା ଆଗଲପୁର ପୋଲିସ ପକ୍ଷରୁ ଏମଭିଆଇ ଚେକିଂ ବେଳେ କେତେଜଣ ବ୍ୟକ୍ତି ପୋଲିସକୁ ସଂଘବଦ୍ଧ ଆକ୍ରମଣ କରିଥିବା ଜଣାଯାଇଛି। ଏଥିରେ ୨ ଜଣ ପୋଲିସ କର୍ମଚାରୀ ମୁନା ନାଏକ ଓ ବନବିହାରୀ ପଟେଲ ଗୁରୁତର ହୋଇଛନ୍ତି। ଆକ୍ରମଣରେ ବନବିହାରୀଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ରହିଛି। ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ଚିକିତ୍ସା ଚାଲିଛି। ଲୋଇସିଂହା ବନ ରେଞ୍ଜ ତଥା ଆଗଲପୁର ବ୍ଲକ ଉପରବାହାଲ ପଞ୍ଚାୟତ ଫଟମୁଣ୍ଡା ଓ ନୂଆପାଲି ଅଞ୍ଚଳରେ ଚୋରା କାଠ ବ୍ୟବସାୟୀ ସକ୍ରିୟ ରହିଛନ୍ତି। ଅବାଧରେ କାଠ ଚୋରା ଚାଲାଣ ହେଉଛି। ଆଗଲପୁର ପୋଲିସ ପକ୍ଷରୁ ଗତ କିଛି ଦିନ ହେଲା ରାତି ବେଳା ସମ୍ପୃକ୍ତ ଅଞ୍ଚଳରେ ଏମଭିଆଇ ଚେକିଂ କରାଯାଉଛି। ବୁଧବାର ରାତିରେ ପୋଲିସ କୁଆଡେ କାଠମାଫିଆଙ୍କୁ ତାଗିଦ କରିଥିଲେ। ଗୁରୁବାର ରାତିରେ ପୋଲିସ କାଠଚାଲାଣ ବେଳେ ଚୋରା ବେପାରୀଙ୍କୁ ବାଧା ସୃଷ୍ଟି କରିଥିଲେ। ଫଳସ୍ବରୂପ ପାଟ୍ରୋଲିଂ କରୁଥିବା ଆଗଲପୁର ପୋଲିସ ଓ କାଠ ବ୍ୟବସାୟୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ୧୦ରୁ ଊର୍ଦ୍ଧ୍ୱ କାଠ ବେପାରୀ ପୋଲିସକୁ ସଂଘବଦ୍ଧ ଆକ୍ରମଣ କରି ଖସି ଯାଇଥିଲେ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କାହାରିକୁ ଗିରଫ କରାଯାଇନାହିଁ। ସେମିତି ବଡ଼ ଘଟଣା ଘଟିନାହିଁ କହି ପୋଲିସ ପକ୍ଷରୁ ମାମଲାକୁ ଏଡାଇବାକୁ ଉଦ୍ୟମ କରାଯାଉଛି। ଜଣେ ସହକର୍ମୀ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ପୋଲିସ ପକ୍ଷରୁ ହାଲୁକା ନିଆଯିବା ଘଟଣାକୁ ରହସ୍ୟାବୃତ୍ତ କରିଛି। ଅପରପକ୍ଷେ ବନ ବିଭାଗ ଘଟଣା ସଂକ୍ରାନ୍ତରେ ଅବଗତ ନ ଥିବା କହୁଛି।
The post ଚେକିଂ ବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.