ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି!
ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ । ବିଧାୟକ ନେବେ ଟ୍ରେନିଂ […] The post ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି! appeared first on Dharitri Odia News.
ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।
ବିଧାୟକ ନେବେ ଟ୍ରେନିଂ । ପ୍ରଶିକ୍ଷଣ ଦେବେ ନବୀନ, ନଡ୍ଡା, ନରସିଂହ ଓ ଧର୍ମେନ୍ଦ୍ର । ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ କ୍ଲାସ ଜାରି ରହିବ । ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଜାଣିବେ ନୂଆ ବିଧାୟକ। ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଦେବେ ପ୍ରଶିକ୍ଷଣ ।
ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ଟ୍ରେନିଂ ଦିଆଯିବ ।
ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବନି ବିଜେଡି । ଏନେଇ ପ୍ରେସମିଟ୍ କରି ଖୋଲାଖୋଲି ମନା କରିଛି ଦଳ। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ବିଧାନସଭାର ଏହି କାର୍ଯ୍ୟକ୍ରମକୁ CM ଉଦଘାଟନ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି ଉଦଘାଟନ କରନ୍ତି। କିନ୍ତୁ ଏଠି ଭାଜପା ନେତା ଉଦଘାଟନ ଓ ଉଦଯାପନ କରିବେ। ବିଧାନସଭା କାମରେ ବାହାର ନେତା କିଛି କରିବା ଅଶୋଭନୀୟ। ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ନଚେତ ବିଜେଡି ଯୋଗ ଦେବନି ବୋଲି କହିଛନ୍ତି ପ୍ରତାପ ଦେବ।
The post ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି! appeared first on Dharitri Odia News.