‘ଡନ୍‌ ୩’ରେ କ୍ରିତି ସାନନ୍‌

‘ଡନ୍‌ ଏବଂ ‘ଡନ୍‌ ୨’ ସିନେମାର ସଫଳତା ପରେ ଏବେ ଆସିବାକୁ ଯାଉଛି ଏହି ସିରିଜ୍‌ ତୃତୀୟ ଫିଲ୍ମ ‘ଡନ୍‌ ୩’। ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍‌ ରୋଲରେ ରଣବୀର ସିଂହଙ୍କ ସହ କିଆରା ଆଡଭାନି ନଜର ଆସିଥାନ୍ତେ। ହେଲେ ଏବେ ଏଥିରେ କିଆରାଙ୍କ ବଦଳରେ କ୍ରିତି ସାନନ୍‌ ଦେଖାଯିବେ। କିଆରା ଏବେ ଗର୍ଭବତୀ ଥିବାରୁ ତାଙ୍କୁ ଫିଲ୍ମରୁ ଓହରିବାକୁ ପଡ଼ିଛି। ତାଙ୍କ ସ୍ଥାନରେ କ୍ରିତିଙ୍କୁ ଅଫର୍ ମିଳିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏନେଇ […]

‘ଡନ୍‌ ୩’ରେ କ୍ରିତି ସାନନ୍‌
Kriti Sanon in Don 3 1

‘ଡନ୍‌ ଏବଂ ‘ଡନ୍‌ ୨’ ସିନେମାର ସଫଳତା ପରେ ଏବେ ଆସିବାକୁ ଯାଉଛି ଏହି ସିରିଜ୍‌ ତୃତୀୟ ଫିଲ୍ମ ‘ଡନ୍‌ ୩’। ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍‌ ରୋଲରେ ରଣବୀର ସିଂହଙ୍କ ସହ କିଆରା ଆଡଭାନି ନଜର ଆସିଥାନ୍ତେ। ହେଲେ ଏବେ ଏଥିରେ କିଆରାଙ୍କ ବଦଳରେ କ୍ରିତି ସାନନ୍‌ ଦେଖାଯିବେ। କିଆରା ଏବେ ଗର୍ଭବତୀ ଥିବାରୁ ତାଙ୍କୁ ଫିଲ୍ମରୁ ଓହରିବାକୁ ପଡ଼ିଛି। ତାଙ୍କ ସ୍ଥାନରେ କ୍ରିତିଙ୍କୁ ଅଫର୍ ମିଳିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏନେଇ ବିଧିବଦ୍ଧ ଭାବେ କିଛି ସୂଚନା ମିଳି ନାହିଁ। ସେହିପରି ସାମାଜିକ ଗଣମାଧ୍ୟମରେ କ୍ରିତିଙ୍କ ଏକ ଭିଡିଓ ସେୟାର୍ ହେବା ପରେ ଏହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏଥିରେ କ୍ରିତି ନୀଳ ରଙ୍ଗର ଏକ ବଡି ଫିଟ୍‌ ଡ୍ରେସ୍‌ରେ ଦେଖା ଯାଇଛନ୍ତି। ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କୁ ‘ଲେଡି ଡନ୍’ କହି ସମ୍ବୋଧନ କରିବା ପରେ ସେ କୌଣସି ଉତ୍ତର ନ ଦେଇ ହସିଦେଇ ଚାଲି ଯାଇଥିଲେ। ଏଣୁ ଏଥିରୁ କ୍ରିତି ‘ଡନ୍‌ ୩’ରେ ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି।