୧୯୦ ପିଲାଙ୍କୁ ୨ ଶିକ୍ଷକ
ବଇଣ୍ଡା,୧୨। ୮ (ପରିକ୍ଷୀତ ସାହୁ): ଶିକ୍ଷାର ବିକାଶ ହେବ। ଛାତ୍ରୀଛାତ୍ରମାନେ ସ୍ମାର୍ଟସ୍କୁଲରେ ପାଠ ପଢ଼ିବେ । ଏନେଇ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ପୁରାତନ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିଛନ୍ତି । ଅନୁଗୋଳ ଜିଲାରେ ମଧ୍ୟ ବହୁ ସ୍କୁଲ ରୂପାନ୍ତରିତ କରାଯାଉଛି। ହେଲେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଏବେ ପାଠପଢାରେ ବ୍ୟାପକ ଅସୁବିଧାର ସମୁଖୀନ ହେବାକୁ ପଡୁଛି, ଯାହା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଆବଶ୍ୟକ […] The post ୧୯୦ ପିଲାଙ୍କୁ ୨ ଶିକ୍ଷକ appeared first on Dharitri Odia News.
ବଇଣ୍ଡା,୧୨। ୮ (ପରିକ୍ଷୀତ ସାହୁ): ଶିକ୍ଷାର ବିକାଶ ହେବ। ଛାତ୍ରୀଛାତ୍ରମାନେ ସ୍ମାର୍ଟସ୍କୁଲରେ ପାଠ ପଢ଼ିବେ । ଏନେଇ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ପୁରାତନ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିଛନ୍ତି । ଅନୁଗୋଳ ଜିଲାରେ ମଧ୍ୟ ବହୁ ସ୍କୁଲ ରୂପାନ୍ତରିତ କରାଯାଉଛି। ହେଲେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଏବେ ପାଠପଢାରେ ବ୍ୟାପକ ଅସୁବିଧାର ସମୁଖୀନ ହେବାକୁ ପଡୁଛି, ଯାହା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବା ଯୋଗୁଁ ଏବେ ଶିକ୍ଷାଦାନ ବିପର୍ଯସ୍ଥ ହୋଇପଡିଛି ।ା’ ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ସହ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାଗୁଡିକ ସମାଧାନ ଶୀଘ୍ର କରିବା ପାଇଁ ଆମ୍ବସରମୁଣ୍ଡା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ବହୁବାର ଜିଲା ଶିକ୍ଷା ବିଭାଗଠାରୁ ଆରମ୍ଭ କରି ସରକାରଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହି । ଏ ନେଇ ପୁଣି ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କଠାରେ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।ରାପ ଏହାର ଏକ ନକଲ ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅନୁଗୋଳ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଗ୍ରାମବାସୀ କହିବା ଅନୁଯାୟୀ ୧୯୮୪ ମସିହାରେ ଗ୍ରାମବାସୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ଦୀର୍ଘ ୨ ବର୍ଷ ହେବ ବିଦ୍ୟାଳୟରେ ଅନେକ ଶିକ୍ଷକ ପଦବୀ ଖାଲିପଡିଛି । ୨୦୨୩ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ୧୯୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଶିକ୍ଷକ ପଦବୀ ଖାଲିପଡିଥିବା ଯୋଗୁଁ ଚଳିତ ବର୍ଷ ୩୦ ଛାତ୍ରୀଛାତ୍ର ଟିସି ନେଇ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଦୀର୍ଘ ଦିନ ହେବ ମାତ୍ର ୨ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୨ ଜଣ ଅଛନ୍ତି। ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଦୀର୍ଘ ବର୍ଷ ହେବ ଖାଲିପଡିଛି । ଏ ନେଇ ଅଭିଭାବକ ବୈଠକରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ଦେଖାଯାଇଥିଲା। ଏଠାରେ ଥିବା ଛାତ୍ରୀ ନିବାସରେ ୧୪୦ ଛାତ୍ରୀ ରହୁଛନ୍ତି। ଦୀର୍ଘ ବର୍ଷ ହେବ ମାଟ୍ରନ ପଦବୀ ଖାଲି ପଡିଥିବା ଯୋଗୁଁ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରୁନାହ।ନ୍ତି । ସେହିପରି ବିଦ୍ୟାଳୟର କିରାଣି ପଦବୀ ଖାଲି ପଡିଥିବା ଯୋଗୁଁ କୌଣସି କାର୍ଯ ହୋଇପାରୁନାହିଁ । ପିଅନ ପଦବୀ ମଧ୍ୟ ପୂରଣ ହୋଇପାରୁନି। ସେହିପରି ଖେଳ ଶିକ୍ଷକ ନ ଥିବାରୁ କ୍ରିଡାର ବିକାଶ ହୋଇପାରୁନାହିଁ। ଏନେଇ ଆମ୍ବସରମୁଣ୍ଡା ଗ୍ରାମବାସୀ ପୂର୍ବରୁ ବହୁବାର ଜିଲାପାଳଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ଖାଲି ପଡିଥିବା ଶିକ୍ଷକ, କର୍ମଚାରୀ ନିଯୁକ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
The post ୧୯୦ ପିଲାଙ୍କୁ ୨ ଶିକ୍ଷକ appeared first on Dharitri Odia News.