ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ
ପୁରୀ : ପୁରୀ ଜିଲା ଡେଲାଙ୍ଗ ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ସାନ ସଢୁକୁ ଗୁଳି କରି ହତ୍ୟା କଲା ବଡ଼ ସଢୁ । ମୃତକ ହେଲେ ନରେନ୍ଦ୍ର ମଲ୍ଲିକ । ହତ୍ୟାକାଣ୍ଡ ପରେ ବଡ଼ ସଢୁ ଦୀପକ ସିଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର […]

ପୁରୀ : ପୁରୀ ଜିଲା ଡେଲାଙ୍ଗ ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ସାନ ସଢୁକୁ ଗୁଳି କରି ହତ୍ୟା କଲା ବଡ଼ ସଢୁ । ମୃତକ ହେଲେ ନରେନ୍ଦ୍ର ମଲ୍ଲିକ । ହତ୍ୟାକାଣ୍ଡ ପରେ ବଡ଼ ସଢୁ ଦୀପକ ସିଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଡେଲାଙ୍ଗ ବଜାରରେ ସଢୁ ନରେନ୍ଦ୍ର ମଲ୍ଲିକର ଏକ ସାଇକେଲ ରିପ୍ୟାରିଂ ଦୋକାନ ରହିଛି । ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଦୀପକ ସିଂ ଏବଂ ତାଙ୍କର ସହଯୋଗୀ ମାନେ ମିଶି ନରେନ୍ଦ୍ରକୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ । ଏହାପରେ ଦୀପକ ସିଂ ନରେନ୍ଦ୍ରକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଗରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନରେନ୍ଦ୍ରକୁ ପ୍ରଥମେ ଡେଲାଙ୍ଗ ଡାକ୍ତରଖାନା ଏବଂ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନରେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଡେଲାଙ୍ଗ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ନରେନ୍ଦ୍ରଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରି ମୃତଦେହକୁ ରାସ୍ତା ଉପରେ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏହି ହତ୍ୟା କାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣାପଡି ନାହିଁ।