OSSSC କାର୍ଯ୍ୟାଳୟ ଘେରିଲେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର : ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି OSSSC କାର୍ଯ୍ୟାଳୟ ଘେରିଛନ୍ତି ଆଶାୟୀ ପ୍ରାର୍ଥୀ । OSSSC ର ଦାୟିତ୍ବହୀନତାକୁ ଦାୟୀକରି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ନାରାବାଜି କରିବା ସହ ପରୀକ୍ଷାକୁ ବାତିଲ କରାଯାଇ ଅଫଲାଇନ୍ ପରୀକ୍ଷା ପାଇଁ ଦାବି କରିଛନ୍ତି ପ୍ରାର୍ଥୀ । ଏପ୍ରିଲ ୨୪ ରୁ ମେ ୭ ତାରିଖ ଯାଏଁ OSSSC ଦ୍ବାରା ପରିଚାଳିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ (ଫରେଷ୍ଟର,ଫରେଷ୍ଟ ଗାର୍ଡ,ଲାଇଭ ଷ୍ଟକ) ପରୀକ୍ଷା ହୋଇଥିଲା । ଏଥିରେ ୨ଲକ୍ଷ ୫୬ ହଜାର […]

OSSSC କାର୍ଯ୍ୟାଳୟ ଘେରିଲେ ଆଶାୟୀ ପ୍ରାର୍ଥୀ
OSSSC କାର୍ଯ୍ୟାଳୟ ଘେରିଲେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର : ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି OSSSC କାର୍ଯ୍ୟାଳୟ ଘେରିଛନ୍ତି ଆଶାୟୀ ପ୍ରାର୍ଥୀ । OSSSC ର ଦାୟିତ୍ବହୀନତାକୁ ଦାୟୀକରି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ନାରାବାଜି କରିବା ସହ ପରୀକ୍ଷାକୁ ବାତିଲ କରାଯାଇ ଅଫଲାଇନ୍ ପରୀକ୍ଷା ପାଇଁ ଦାବି କରିଛନ୍ତି ପ୍ରାର୍ଥୀ ।

ଏପ୍ରିଲ ୨୪ ରୁ ମେ ୭ ତାରିଖ ଯାଏଁ OSSSC ଦ୍ବାରା ପରିଚାଳିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ (ଫରେଷ୍ଟର,ଫରେଷ୍ଟ ଗାର୍ଡ,ଲାଇଭ ଷ୍ଟକ) ପରୀକ୍ଷା ହୋଇଥିଲା । ଏଥିରେ ୨ଲକ୍ଷ ୫୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ,ମାତ୍ର ୮ ହଜାର ଚୟନ ହୋଇଥିଲେ । ତେବେ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀ ଭୁବନେଶ୍ବରରେ ପ୍ରତିବାଦ କରିଛନ୍ତି ।

ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ର ୨୭୧୨ ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ତେବେ ପରୀକ୍ଷା ରେଜଲ୍ଟକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ପରୀକ୍ଷାର୍ଥୀ । କମ ପରସେଣ୍ଟାଇଲ ରଖି ପ୍ରାର୍ଥୀ ମାନେ ଚୟନ ହୋଇଥିବାବେଳେ ୧୦୦ ପରସେଣ୍ଟାଇଲ ରଖିଥିବା ଛାତ୍ରଛାତ୍ରୀମାନେ ଚୟନ ହୋଇ ନଥିବା ଅଭିଯୋଗ ହୋଇଛି । ଗତବର୍ଷ ପଞ୍ଚାୟତ ଏକଜିକ୍ୟୁଟିଭ୍ ଅଫିସର, PEO ପରୀକ୍ଷାରେ ଅତି ଖରାପ କରିଥିବା ପ୍ରାର୍ଥୀ କେମିତି ଫରେଷ୍ଟର,ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ଲିଖିତ ପରୀକ୍ଷାରେ ଟପ୍ କଲେ ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ପୁଣି ଥରେ ପରୀକ୍ଷାରେ ସ୍ୱଚ୍ଛ ଯାଞ୍ଚ ପାଇଁ ପରୀକ୍ଷାର୍ଥୀମାନେ ଦାବି ଜଣାଇଛନ୍ତି ।