ଯୁବ ପିଢିଙ୍କୁ ଘାରିଛି ‘ଘିବଲି’
ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍ ପୋଷ୍ଟ କି ହ୍ଟାଟ୍ସଅଫ୍ ଷ୍ଟାଟସ୍, ଡିପି..ସବୁଠି ଟ୍ରେଣ୍ଡ କରୁଛି । କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ […]

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍ ପୋଷ୍ଟ କି ହ୍ଟାଟ୍ସଅଫ୍ ଷ୍ଟାଟସ୍, ଡିପି..ସବୁଠି ଟ୍ରେଣ୍ଡ କରୁଛି ।
କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ସବୁ ଏଇ ଟ୍ରେଣ୍ଡରେ ମାତିଛନ୍ତି ।
ହେଲେ ଏହାକୁ ନେଇ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି OpenAI ସିଇଓ ସାମ୍ ଅଲ୍ଟମ୍ୟାନ୍ । ସୋସିଆଲ ମିଡିଆ ଏଆଇ-ଜେନେରେଟେଡ୍ ଷ୍ଟୁଡିଓ ଘିବଲି-ଷ୍ଟାଇଲ୍ଡ ଫଟୋରେ ପରିପୂର୍ଣ୍ଣ ହୋଇଥିବାରୁ, ଏନେଇ କର୍ମଚାରୀଙ୍କୁ ଟିକଏ ବିରତି ଦେବା ପାଇଁ ଆହ୍ବାନ ଦେଇଛନ୍ତି ଅଲ୍ଟମ୍ୟାନ୍ । ଏନେଇ ନିଜ ଏକ୍ସରେ ଏକ କୋଷ୍ଟ ଜାରି କରି ସାମ୍, ବ୍ୟବହାରକାରୀମାନଙ୍କୁ ଦୟାକରି ପ୍ରତିଛବି ଜେନେରେଟ୍ କରିବାରୁ ଟିକିଏ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ।