ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଆତଙ୍କବାତୀ-ସୁରକ୍ଷାକର୍ମୀ ଗୁଳିବିନିମୟ; ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଏଲ୍‌ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାକର୍ମୀମାନେ ରାତିରେ କୁପୱାଡ଼ାର ତଙ୍ଗଧାର ଏବଂ ମଛିଲ ଅଞ୍ଚଳରେ ଆତଙ୍କବାଦୀଙ୍କର ୨ଟି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି ଏବଂ ୩ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ଖବର ପାଇ ଜମ୍ମୁ କାଶ୍ମୀର ପୁଲିସ ସହାୟତାରେ ଭାରତୀୟ ସେନାର ଚିନାର କର୍ପ‌୍ସ କୁପୱାଡ଼ାର ମଛିଲ୍‌ ସେକ୍ଟରରେ ଏକ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ […]

ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଆତଙ୍କବାତୀ-ସୁରକ୍ଷାକର୍ମୀ ଗୁଳିବିନିମୟ; ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଏଲ୍‌ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାକର୍ମୀମାନେ ରାତିରେ କୁପୱାଡ଼ାର ତଙ୍ଗଧାର ଏବଂ ମଛିଲ ଅଞ୍ଚଳରେ ଆତଙ୍କବାଦୀଙ୍କର ୨ଟି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି ଏବଂ ୩ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ଖବର ପାଇ ଜମ୍ମୁ କାଶ୍ମୀର ପୁଲିସ ସହାୟତାରେ ଭାରତୀୟ ସେନାର ଚିନାର କର୍ପ‌୍ସ କୁପୱାଡ଼ାର ମଛିଲ୍‌ ସେକ୍ଟରରେ ଏକ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ପାଗ ଅତ୍ୟନ୍ତ ଖରାପ୍‌ ଥିବା ସତ୍ତ୍ବେ ସୁରକ୍ଷାକର୍ମୀ ସନ୍ଦେହଜନକ ଗତିବିଧି ସଂକ୍ରାନ୍ତରେ ଜାଣିପାରିଥିଲେ ଏବଂ ଗୁଳି ଚାଳନା କରିଥିଲେ। ମଛିଲରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଥିବାବେଳେ ତଙ୍ଗଧାର ଅଞ୍ଚଳରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଅନ୍ୟପକ୍ଷେ ରାଜୌରୀରେ ମଧ୍ୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।