ତେଲେଙ୍ଗାନା ଟନେଲରୁ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଶ୍ରୀଶୈଳମ୍‌ ଲେଫ୍‌ଟ୍‌ ବ୍ୟାଙ୍କ୍‌ କେନାଲ୍‌ (ଏସ୍‌ଏଲ୍‌ବିସି)ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଫେବ୍ରୁଆରି ୨୨ରେ ଭୂସୁଡ଼ଙ୍ଗର ଏକ ଅଂଶ ଭୁଷୁଡ଼ିପଡ଼ିଥିଲା। ଏଥିରେ ୮ କର୍ମଚାରୀ ଦବିଯାଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଉଦ୍ଧାର କାର୍ଯ୍ୟରେ ୧୧ଟି ଜାତୀୟ ସ୍ତରର ଟିମ୍‌ ସହ ୫୨୫ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜି ପୂର୍ବାହ୍‌ଣରେ ଭୁଷୁଡ଼ି ପଡ଼ିଥିବା କେନାଲ୍‌ର ମାଟି ଖୋଳା ଯନ୍ତ୍ର ତଳୁ […]

ତେଲେଙ୍ଗାନା ଟନେଲରୁ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଶ୍ରୀଶୈଳମ୍‌ ଲେଫ୍‌ଟ୍‌ ବ୍ୟାଙ୍କ୍‌ କେନାଲ୍‌ (ଏସ୍‌ଏଲ୍‌ବିସି)ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଫେବ୍ରୁଆରି ୨୨ରେ ଭୂସୁଡ଼ଙ୍ଗର ଏକ ଅଂଶ ଭୁଷୁଡ଼ିପଡ଼ିଥିଲା। ଏଥିରେ ୮ କର୍ମଚାରୀ ଦବିଯାଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଉଦ୍ଧାର କାର୍ଯ୍ୟରେ ୧୧ଟି ଜାତୀୟ ସ୍ତରର ଟିମ୍‌ ସହ ୫୨୫ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜି ପୂର୍ବାହ୍‌ଣରେ ଭୁଷୁଡ଼ି ପଡ଼ିଥିବା କେନାଲ୍‌ର ମାଟି ଖୋଳା ଯନ୍ତ୍ର ତଳୁ ଜଣେ କର୍ମଚାରୀଙ୍କ ହାତ ଦେଖିବାକୁ ମିଳିଥିଲା। ଯନ୍ତ୍ରଟିକୁ କାଟିବା ପରେ କର୍ମଚାରୀଙ୍କ ଶବକୁ ବାହାରକୁ ଅଣାଯାଇଛି। ବଳକା କର୍ମଚାରୀଙ୍କୁ ଖୋଜିବା ନିମନ୍ତେ କେରଳର କାଡାଭେର୍‌ ସନ୍ଧାନୀ କୁକୁର ଟିମ୍‌ର ସହାୟତା ନିଆଯାଇଛି।