ଜାଣନ୍ତୁ, ଘନ ଏବଂ ଲମ୍ବା କେଶର ରହସ୍ୟ
କେଶ ସମସ୍ୟା ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ , ବିଭିନ୍ନ ସମୟରେ ବିଭିନ୍ନ ଉପଚାର କରିଥିଲେ ମଧ୍ୟ କେଶ ସମସ୍ୟାର ସୁଧାର ଆସିନଥାଏ । ସମସ୍ତେ ଚାହାଁନ୍ତି କି ତାଙ୍କ କେଶ ମଜବୁତ ଓ ଘନ ହେଉ । କିନ୍ତୁ ଯେଉଁମାନଙ୍କ କେଶ ପତଳା କିମ୍ବା କମ ଥାଏ ସେମାନେ ଚିନ୍ତାରେ ପଡିଥାନ୍ତି । ବର୍ତ୍ତମାନ ମସୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପରିଣତ ହୋଇଛି । କେଶକୁ ସୁନ୍ଦର କରିବା ପାଇଁ ବଜାରରେ […] The post ଜାଣନ୍ତୁ, ଘନ ଏବଂ ଲମ୍ବା କେଶର ରହସ୍ୟ appeared first on KNews Odisha.

କେଶ ସମସ୍ୟା ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ , ବିଭିନ୍ନ ସମୟରେ ବିଭିନ୍ନ ଉପଚାର କରିଥିଲେ ମଧ୍ୟ କେଶ ସମସ୍ୟାର ସୁଧାର ଆସିନଥାଏ । ସମସ୍ତେ ଚାହାଁନ୍ତି କି ତାଙ୍କ କେଶ ମଜବୁତ ଓ ଘନ ହେଉ । କିନ୍ତୁ ଯେଉଁମାନଙ୍କ କେଶ ପତଳା କିମ୍ବା କମ ଥାଏ ସେମାନେ ଚିନ୍ତାରେ ପଡିଥାନ୍ତି । ବର୍ତ୍ତମାନ ମସୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପରିଣତ ହୋଇଛି ।
କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ ପ୍ରକାରର ରାସାୟନିକ ଦ୍ରବ୍ୟ ଉପଲବ୍ଧ ହେଉଛି । ଆମେ ରାସାୟନିକ ଦ୍ରବ୍ୟଗୁଡ଼ିକ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ କରିଥାନ୍ତି, ତଥାପି କେଶ ସମସ୍ୟା ଦୂର ହୋଇନଥାଏ । କିଛି ଏମିତି ଜିନିଷ ଅଛି ଯାହାକୁ କେଶରେ ଲଗାବାକୁ ପଡିବ ନାହିଁ, କିନ୍ତୁ ଏହାକୁ ଖାଇଲେ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏହି ଖାଦ୍ୟଗୁଡ଼ିକୁ ପ୍ରତିଦିନ ଖାଦ୍ୟରେ ଅନ୍ତର୍ଭୂକ୍ତ କଲେ ଶରୀରରେ ପୋଷକ ତତ୍ତ୍ୱ ବଢିଥାଏ , ଯାହା କେଶ ବୃଦ୍ଧିରେ ସାହାଯ୍ୟ କରେ ।
ଅଣ୍ଡା :
ସଧାରଣତଃ କେଶ ମଜବୁତ୍ କରିବାକୁ ଆମେ ସେଥିରେ ଅଣ୍ଡା ଲଗାଇଥାନ୍ତି, କିନ୍ତୁ ଏହାକୁ ନଲଗାଇ ପ୍ରତିଦିନ ଖାଦ୍ୟରେ ସାମିଲ କଲେ ଆମେ ଅଧିକ ଉପଯୋଗ ପାଇପାରିବା। ଅଣ୍ଡାରେ ବହୁତ ପରିମାଣର ପ୍ରୋଟିନ୍ ଥିବା କାରଣରୁ ଏହା ଆମ କେଶ ସହିତ ଶରୀର ପାଇଁ ମଧ୍ୟ ହିତକାରୀ ହୋଇଥାଏ ।
ପାଳଙ୍ଗ :
ଶରୀରରେ ଆଇରନ୍ ଅଭାବ କାରଣରୁ କେଶ ଝଡ଼ିଥାଏ । ପାଳଙ୍ଗରେ ପ୍ରଚୁର ମାତ୍ରରେ ଆଇରନ୍ ଥିବାରୁ ଏହା କେଶ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ପାଳଙ୍ଗକୁ ଦୈନିକ ଖାଦ୍ୟରେ ସାମିଲ କଲେ ଆମେ ଉପକୃତ ହୋଇଥାନ୍ତି ।
ଡ୍ରାଏ ଫୁଡ :
କେଶ ବୃଦ୍ଧି ପାଇଁ ଓମେଗା-3 ଫ୍ୟାଟି ଏସିଡ୍ ଲାଭଦାୟକ ହୋଇଥାଏ । ଅଖରୋଟ ଓ ବାଦାମରେ ପ୍ରଚୁର ମାତ୍ରାରେ ଓମେଗା-3 ଫ୍ୟାଟି ଏସିଡ୍ ଥିବା କାରଣରୁ ଏହା କେଶ ଲାଗି ହିତକାରୀ ହୋଇଥାଏ । ସ୍ନାକ୍ସରେ ଅଖରୋଟ ମଞ୍ଜି ଖାଇଲେ ଲାଭ ମିଳିଥାଏ ।
ଖଟା ଫଳ :
ଖଟା ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଭିଟାମିନ୍ ସି ଶରୀରରୁ ଆଇରନ୍ର ମାତ୍ରା କମାଇବାରେ ସହାୟକ କରିଥାଏ । ଏହା ଖାଇବା ଦ୍ୱାରା ଆମ କେଶ ଓ ତ୍ୱଚା ସୁନ୍ଦର ହୋଇଥାଏ । ପ୍ରତିଦିନ କମଳା ଏବଂ ଲେମ୍ବୁ ଖାଇବା ଆମ ଶରୀର ପାଇଁ ଲାଭଦାୟ ହୋଇଥାଏ ।
ଗାଜର :
ଗାଜରରେ ଭରପୁର ମାତ୍ରାରେ ଭିଟାମିନ୍-A ଥିବାରୁ ଏହା କେଶ ଓ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହା କେଶକୁ ମୂଳରୁ ମଜବୁତ କରିବା ସହ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।
The post ଜାଣନ୍ତୁ, ଘନ ଏବଂ ଲମ୍ବା କେଶର ରହସ୍ୟ appeared first on KNews Odisha.