ଫ୍ରାନ୍‌ସରେ ଛୁରିରେ ଆକ୍ରମଣ, ଜଣେ ମୃତ, ପୁଲିସ୍‌ ସହ ୩ ଆହତ

ଷ୍ଟାଟ୍‌ସବର୍ଗ: ଫ୍ରାନ୍‌ସରେ ଦୁର୍ବୃତ୍ତଙ୍କ ଛୁରିରେ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଦୁଇ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ମୁଲହାଉସ୍‌ ସହରରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ପରେ ଜଣେ ବ୍ୟକ୍ତି ଆହ୍ଲା ହୁ ଅକବ୍‌ର କହି ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜଣେ ଫ୍ରାନ୍‌ସ ନାଗରିକଙ୍କ ମୃତ୍ୟୁ ଘଟିଛି। ଜଣେ ୬୯ ବର୍ଷୀୟ ପର୍ତ୍ତୁଗାଲ୍‌ ନାଗରିକଙ୍କ ସହ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ଧରିବା ଉଦ୍ୟମରେ ଦୁଇ ପୁଲିସ ଗୁରୁତର ଆହତ […]

ଫ୍ରାନ୍‌ସରେ ଛୁରିରେ ଆକ୍ରମଣ, ଜଣେ ମୃତ, ପୁଲିସ୍‌ ସହ ୩ ଆହତ

ଷ୍ଟାଟ୍‌ସବର୍ଗ: ଫ୍ରାନ୍‌ସରେ ଦୁର୍ବୃତ୍ତଙ୍କ ଛୁରିରେ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଦୁଇ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ମୁଲହାଉସ୍‌ ସହରରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ପରେ ଜଣେ ବ୍ୟକ୍ତି ଆହ୍ଲା ହୁ ଅକବ୍‌ର କହି ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜଣେ ଫ୍ରାନ୍‌ସ ନାଗରିକଙ୍କ ମୃତ୍ୟୁ ଘଟିଛି। ଜଣେ ୬୯ ବର୍ଷୀୟ ପର୍ତ୍ତୁଗାଲ୍‌ ନାଗରିକଙ୍କ ସହ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ଧରିବା ଉଦ୍ୟମରେ ଦୁଇ ପୁଲିସ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଅଲ୍‌ଜେରିଆରେ ଜନ୍ମିତ। ଏହା ପୂର୍ବରୁ ଅନ୍ୟ ଏକ ଅପରାଧ ଘଟଣାରେ ତାଙ୍କୁ ବିଚାରବିଭାଗୀୟ ନିରୀକ୍ଷଣରେ ରଖାଯିବା ସହ ଫ୍ରାନ୍‌ସ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।