ଗରମରେ ଖାଆନ୍ତୁ ଗୁଲକନ୍ଦ
ଗୁଲକନ୍ଦ ବିଶେଷ କରି ମାଉଥ ଫ୍ରେଶନର ଭାବରେ ବ୍ୟବହାର କରାଯଇଥାଏ I ଏହା ଗୋଲାପ ଫୁଲରୁ ତିଆରି ହୋଇଥାଏ I ଅଧିକାଂଶ ଲୋକ ଗୁଲକନ୍ଦକୁ ପାନରେ ମିଶାଇ ଖାଆନ୍ତି I ଗୁଲକନ୍ଦ ସ୍ୱାଦରେ ମିଠା ଏବଂ ସୁଗନ୍ଧଯୁକ୍ତ ଖରାଦିନରେ ଗୁଲକନ୍ଦ ପ୍ରତିଦିନ କିଛି ମାତ୍ରାରେ ଗୁଲକନ୍ଦ ଖାଇଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ I ଗରମରେ ଏହା ଶରୀରକୁ ଶୀତଳ ପ୍ରଦାନ କରିଥଏ I ପେଟଗରମ,ଏସିଡ଼ିଟି ଏବଂ ଖରାରେ ବଦହଜମ ଜନିତ ସମସ୍ୟାକୁ ଦୁରେଇ ଥାଏ […]

ଗୁଲକନ୍ଦ ବିଶେଷ କରି ମାଉଥ ଫ୍ରେଶନର ଭାବରେ ବ୍ୟବହାର କରାଯଇଥାଏ I ଏହା ଗୋଲାପ ଫୁଲରୁ ତିଆରି ହୋଇଥାଏ I ଅଧିକାଂଶ ଲୋକ ଗୁଲକନ୍ଦକୁ ପାନରେ ମିଶାଇ ଖାଆନ୍ତି I ଗୁଲକନ୍ଦ ସ୍ୱାଦରେ ମିଠା ଏବଂ ସୁଗନ୍ଧଯୁକ୍ତ ଖରାଦିନରେ ଗୁଲକନ୍ଦ ପ୍ରତିଦିନ କିଛି ମାତ୍ରାରେ ଗୁଲକନ୍ଦ ଖାଇଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ I ଗରମରେ ଏହା ଶରୀରକୁ ଶୀତଳ ପ୍ରଦାନ କରିଥଏ I ପେଟଗରମ,ଏସିଡ଼ିଟି ଏବଂ ଖରାରେ ବଦହଜମ ଜନିତ ସମସ୍ୟାକୁ ଦୁରେଇ ଥାଏ I ଗୁଲକନ୍ଦରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ତତ୍ତ୍ୱ ଥାଏ I ଏହାକୁ ଗରମରେ ଅଭ୍ୟାସ କରି ନିୟମିତ ଖାଇବା ଦ୍ୱାରା ଅନେକ ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାଦୂର ହୋଇଥାଏ I ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ :
ଶରୀରକୁ ଶୀତଳ ରଖେ
ଗ୍ରୀଷ୍ମରେ ଗୁଲକନ୍ଦ ଖାଇବା ଦ୍ୱାରା ଶରୀର ଶୀତଳ ହୋଇଥାଏ I ଏହା ଶରୀରକୁ ହାଇଡ୍ରେଟ୍ ଏବଂ ସତେଜ ରଖେ I ଅତ୍ୟଧିକ ଖରାରେ ଶରୀରରେ ଜ୍ବଳନକୁ ବା କୁଣ୍ଡିଆକୁ ଦୂର କରିଥାଏ I ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଥକ୍କାପଣ , ଦୁର୍ବଳତା ଏବଂ ଶରୀର ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ I
ଏସିଡ଼ିଟି
ଥଣ୍ଡା ଖିରରେ ଏକ ଚାମଚ ଗୁଲକନ୍ଦ ମିଶାଇ ନିୟମିତ ପି’ଲେ ଏସିଡ ଏବଂ ଗ୍ୟାସରୁ ମୁକ୍ତି ଦେଇଥାଏ I ସାଧାରଣତଃ ଯେଉଁମାନଙ୍କର କ୍ଷୀର ହଜମ ହୋଇ ନଥାଏ ସେମାନେ କ୍ଷୀରରେ ଗୁଲକନ୍ଦ ମିଶାଇ କିଛିଦିନ ପିଇଲେ ଏହି ସମସ୍ୟା ଦୂର ହୋଇଥାଏ I ଗୁଲକନ୍ଦ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ | ଯଦି ଗ୍ରୀଷ୍ମ ଋତୁରେ ପେଟ ଗ୍ୟାସ୍, ଅମ୍ଳ, ଏବଂ କୋଷ୍ଠକାଠିନ୍ୟ କିମ୍ବା ଅଲସର ଜନିତ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ |
ଗୁଲକନ୍ଦରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି I ଯାହାକି ଖରା ଦିନରେ ପେଟରେ ସୃଷ୍ଟି ହେଉଥିବା ଖରାପ ବ୍ୟାକ୍ଟେରିଆ କୁ ନିପାତ କରିଥାଏ I ତେଣୁ ପେଟ ସୁସ୍ଥ ରହିଲେ ଗ୍ୟାସ,ଏସିଡ଼ିଟି ଭଳି ସମସ୍ୟା ହୋଇ ନଥାଏ I
ପାଟି ଘା’
ଖରା ଦିନରେ ଅନେକ ସମୟରେ ପେଟ ଗରମ ଯୋଗୁଁ ପାଟି ଘା’ ବା ମୁହଁରେ ଛାଲା ପଡି ଯାଇଥାଏ I ଏହା ଦ୍ୱାରା ପାଟିକୁ କିଛି ସ୍ୱାଦ ଲାଗି ନଥାଏ I ତେଣୁ ନିୟମିତ ଭାବରେ କିଛି ଦିନ ଯାଏଁ ଏକ ଚାମଚ ଲେଖା ଗୁଲକନ୍ଦ ଖାଇଲେ ଜଲ୍ଦି ଏହି ସମସ୍ୟାରୁ ଆରାମ ମିଳିଥାଏ I ସେହିପରି ନିୟମିତ ଗୁଲକନ୍ଦ ସେବନ ଦ୍ୱାରା ଆଖି ଜ୍ବଳନ ଏବଂ ଓଜନ ବୃଦ୍ଧିରୁ ମଧ୍ୟ ମୁକ୍ତି ମିଳିଥାଏ I