ଉଦ୍ଧାର ହେଲା ଚୋରି ଶିଶୁପୁତ୍ର
ବାଲେଶ୍ୱର : ଦିନକ ପରେ ଜଳେଶ୍ୱରରୁ ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର I ବାଲେଶ୍ୱର ହସ୍ପିଟାଲରେ ଜନ୍ମିତ ନବଜାତକ ଶିଶୁପୁତ୍ରକୁ ଟୀକା ଦେବାକୁ କହି ଆଶା କର୍ମୀ ନେଇ ଯାଇଥିବାବେଳେ ସେଠାରୁ ଚୋରି କରି ନେଇଯାଇଥିଲେ ଜଣେ ମହିଳା I ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଆଉ ଜଣେ ଆଶା କର୍ମୀଙ୍କୁ ପୋଲିସ ଅଟକ ରଖିଛି । ଉଦ୍ଧାର ହୋଇଥିବା ଶିଶୁ ପୁତ୍ରକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ,ଗତ […]

ବାଲେଶ୍ୱର : ଦିନକ ପରେ ଜଳେଶ୍ୱରରୁ ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର I ବାଲେଶ୍ୱର ହସ୍ପିଟାଲରେ ଜନ୍ମିତ ନବଜାତକ ଶିଶୁପୁତ୍ରକୁ ଟୀକା ଦେବାକୁ କହି ଆଶା କର୍ମୀ ନେଇ ଯାଇଥିବାବେଳେ ସେଠାରୁ ଚୋରି କରି ନେଇଯାଇଥିଲେ ଜଣେ ମହିଳା I ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଆଉ ଜଣେ ଆଶା କର୍ମୀଙ୍କୁ ପୋଲିସ ଅଟକ ରଖିଛି । ଉଦ୍ଧାର ହୋଇଥିବା ଶିଶୁ ପୁତ୍ରକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ,ଗତ ୭ ତାରିଖରେ ବାଲିଆପାଳ କୁଲାଚଡ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅନିତାଙ୍କ ସହ ତାଙ୍କ ଶାଶୁ ଓ ଆଶା କର୍ମୀ ଆସିଥିଲେ। ତେବେ ୮ ତାରିଖ ସକାଳେ ଆଶାକର୍ମୀଙ୍କ ପରିଚିତ ଜଣେ ମହିଳା ପୋଲିଓ ଦେବା ବାହାନାରେ ଆସି ଶିଶୁପୁତ୍ରକୁ ପ୍ରସୂତି ବିଭାଗରୁ ନେଇଯାଇଥିଲେ I ପୁଅ ଫେରିବା ବିଳମ୍ବ ହେବାରୁ ଶିଶୁଟିର ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।
ଏନେଇ ଶିଶୁଟିର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ଫେରାର ହୋଇ ଯାଉଥିବା ଦେଖାଯାଇଥିଲା I ଏହି ଘଟଣାରେ ପୋଲିସ ତଦନ୍ତ କୁ ଜୋରଦାର କରି ଜଳେଶ୍ୱର ଅଞ୍ଚଳରୁ ମହିଳାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ସେହି ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ବିକ୍ରି ଉଦ୍ୟେଶରେ ବାହାରକୁ ନେଉଥିଲା I ଉଦ୍ଧାର ପରେ ନବଜାତର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ମହିଳା ଓ ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାପୂର୍ବରୁ ଗତ ୪ ତାରିଖ ଦିନ ମଧ୍ୟ ବାଲେଶ୍ୱର ହସପିଟାଲରୁ ଶିଶୁ ଚୋରି ଅଭିଯୋଗ ହୋଇଥିଲା I